T20: ବିଶ୍ୱକପରେ ପରାଜୟ ପରେ ବଡ଼ ଆକ୍ସନ ନେଲା ବିସିସିଆଇ, ସମସ୍ତ ଚୟନକର୍ତ୍ତା ବରଖାସ୍ତ

ଆକ୍ସନ ମୁଡ୍‌ରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ । ଟି-ଟେ୍ଵଣ୍ଟି ବିଶ୍ୱକପରେ ଟିମ୍‌ ଇଣ୍ଡିଆର ନିରାଶାଜନକ ପ୍ରଦର୍ଶନ ପରେ କଡ଼ା ପଦକ୍ଷେପ ନେଇଛି ବିସିସିଆଇ । ଜାତୀୟ ଚୟନ କମିଟିକୁ ବରଖାସ୍ତ କରାଯାଇଛି । ଚେତନ ଶର୍ମାଙ୍କ ନେତୃତ୍ୱାଧୀନ ବରିଷ୍ଠ ଚୟନ କମିଟିକୁ ସମ୍ପୂର୍ଣ୍ଣ ଭାବରେ ବରଖାସ୍ତ କରିଛି ବିସିସିଆଇ । ଉତ୍ତରାଞ୍ଚଳରୁ ପ୍ରତିନିଧିତ୍ୱ କରୁଥିବା ଚେତନ ଶର୍ମା ସମିତିର ଅଧ୍ୟକ୍ଷ ଥିବା ବେଳେ ସେଣ୍ଟ୍ରାଲ୍‌ ଜୋନ୍‌ ପାଇଁ ହରବିନ୍ଦର ସିଂ, ଦକ୍ଷିଣ ଜୋନର ସୁନୀଲ ଯୋଶୀ ଓ ପୂର୍ବ ଜୋନର ଚୟନକର୍ତ୍ତା ସଦସ୍ୟ ଥିଲେ ଦେବାଶିଷ ମହାନ୍ତି ।

ଚୟନ କମିଟିକୁ ବରଖାସ୍ତ କରିବା ସହ ଜାତୀୟ ଚୟନକର୍ତ୍ତା ପଦବୀ ପାଇଁ ଆବେଦନ ମାଗିଛି ବିସିସିଆଇ । ୫ ଜଣିଆ ସଦସ୍ୟ ପାଇଁ ଆବେଦନପତ୍ର ଜାରି ହୋଇଛି । ଟିମ୍‌ର ଖରାପ ପ୍ରଦର୍ଶନ ପ୍ରଭାବ ଚୟନକର୍ତ୍ତା ସମିତି ଉପରେ ପଡ଼ିବା ଭାରତୀୟ କ୍ରିକେଟ ଇତିହାସରେ ଏହା ପ୍ରଥମ ବୋଲି କୁହାଯାଉଛି । ଏହି ସଦସ୍ୟଙ୍କୁ ବରଖାସ୍ତ କରି ନୂଆ ଚୟନକର୍ତ୍ତା ବାଛିବା ପାଇଁ ବିସିସିଆଇ ପକ୍ଷରୁ ଉଦ୍ୟମ ବି ଆରମ୍ଭ ହୋଇଛି । ଆଶାୟୀ ଅତି କମରେ ୭ଟି ଟେଷ୍ଟ ମ୍ୟାଚ୍‌ କିମ୍ବା ୩୦ ଫାଷ୍ଟ କ୍ଲାସ୍‌ ମ୍ୟାଚ୍‌ ଖେଳିଥିବେ । ନହେଲେ ୧୦ଟି ଦିନିକିଆ ଓ ୨୦ ଫାଷ୍ଟ କ୍ଲାସ୍‌ ମ୍ୟାଚେ ଖେଳିଥିବେ । ଅତି କମରେ ୫ ବର୍ଷ ପୂର୍ବରୁ କ୍ରିକେଟରୁ ଅବସର ନେଇଥିବେ । ଚଳିତ ଟି-ଟେ୍ଵଣ୍ଟି ବିଶ୍ୱକପରେ ଭାରତ ସେମିପାଇନାଲରୁ ବିଦା ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.