Below header

କମିଲା ସୁନା, ଆଜି ହିଁ କିଣନ୍ତୁ ନିଜ ମନ ପସନ୍ଦର ଗହଣା

କମିଲା ସୁନା ଦର।‌ ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧୫୦ ଟଙ୍କା କମି ୪୮,୨୫୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୧୭୦ ଟଙ୍କା କମି ୫୨,୬୩୦ ଟଙ୍କାରେ ପହଞ୍ଚିଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୬,୧୦୦ ଟଙ୍କା ଓ ୫୦,୩୦୦ ଟଙ୍କା ଛୁଇଁଛି।

ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୮,୫୫୦ ଟଙ୍କା ଓ ୪୯,୫୫୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୮,୨୫୦ ଟଙ୍କା ଓ ୫୨,୬୩୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୬,୬୪୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୦,୮୮୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୮,୧୭୦ ଟଙ୍କା ଓ ୫୦,୮୭୦ ଟଙ୍କା ରହିଛି । ସେହିପରି ରୁପା ମୂଲ୍ୟ ମଧ୍ୟ ହ୍ରାସ ପାଇଛି। ଆଜି ରୁପା ମୂଲ୍ୟ କିଲୋଗ୍ରାମ ପ୍ରତି ୩୦୦ ଟଙ୍କା କମି ୬୭,୪୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.