ସୁନାଦର ହେଉଛି ଆକାଶ ଛୁଆଁ , ୭୦ ହଜାର ଡେଇଁଲା ୨୪ କ୍ୟାରେଟ ସୁନାର ଦାମ୍

ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ଯୋଗୁଁ ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୬୪,୧୪୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୬୯,୯୭୦ ଟଙ୍କା ରହିଛି । ସେହିପରି ଓଡ଼ିଶାରେ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୬୯ ହଜାର ୯୭୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୨ କ୍ୟାରେଟ୍ ସୁନା ଦର ୬୪ ହଜାର ୧୪୦ ହୋଇଛି ।

୭୦ ହଜାର ଡେଇଁଲା ସୁନା । ସର୍ବକାଳୀନ ରେକର୍ଡ଼ ଭାଙ୍ଗିଲା ଦର । ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ଯୋଗୁଁ ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୬୪,୧୪୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୬୯,୯୭୦ ଟଙ୍କା ରହିଛି । ସେହିପରି ଓଡ଼ିଶାରେ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୬୯ ହଜାର ୯୭୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୨ କ୍ୟାରେଟ୍ ସୁନା ଦର ୬୪ ହଜାର ୧୪୦ ହୋଇଛି ।

ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୬୫,୦୯୦ ଟଙ୍କା ଓ ୭୧,୦୧୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୬୪,୨୯୦ ଟଙ୍କା ଓ ୭୦,୧୨୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୬୫,୦୯୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୭୧,୦୨୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୬୪,୧୪୦ ଟଙ୍କା ଓ ୬୯,୯୭୦ ଟଙ୍କା ରହିଛି ।

ଅନ୍ୟ ପଟେ ଡଲାରା ତୁଳନାରେ ଟଙ୍କାର ବିନିମୟ ମୂଲ୍ୟରେ ହ୍ରାସ ହୋଇଥିବାରୁ ଦର ବୃଦ୍ଧି ପାଉଥିବା କୁହାଯାଉଛି। ସୁନା ଦର ବୃଦ୍ଧି ପାଇଥିବାରୁ ଦୋକାନରେ ଗ୍ରାହକଙ୍କ ସଂଖ୍ୟା କମିଛି। ଆସନ୍ତା ଦୁଇ ମାସ ପର୍ଯ୍ୟନ୍ତ ଏହି ଭଳି ଦର ରହିବ ବୋଲି କହିଛନ୍ତି ବ୍ୟବସାୟୀ। ଯାହା ଦ୍ଵାରା ଏବେ ଗ୍ରାହକମାନଙ୍କ ସଂଖ୍ୟା କମୁଛି । ଅନ୍ୟ ପଟେ ରୁପାଦର ମଧ୍ୟ ବୃଦ୍ଧି ହୋଇ କେଜି ପ୍ରତି ୮୧ ହଜାର ୬୦୦ ଟପିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.