Below header

ପୁଣି ବିଶ୍ୱକୁ ମହାମାରୀ ଭୟ : କରୋନାଠୁ ୧୦୦ ଗୁଣ ଅଧିକ ଘାତକ H5N1 ଭାଇରସ

କୋଭିଡ୍‌ ପରେ ଆଉ ଏକ ମହାମାରୀକୁ ସାମ୍ନା କରିପାରନ୍ତି ବିଶ୍ୱବାସୀ । ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ଆଶଙ୍କା ବ୍ୟକ୍ତ କରିଛନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞ ଅନୁସାରେ ଆଗକୁ ବାର୍ଡ ଫ୍ଲୁ ମହାମାରୀ ରୂପ ନେବାର ସମ୍ଭାବନା ରହିଛି। ତେବେ ସବୁଠାରୁ ଚିନ୍ତା ଜନକ କଥା ହେଉଛି ଏହା କରୋନା ଅପେକ୍ଷା ୧୦୦ ଗୁଣ ଅଧିକ ମାରାତ୍ମକ ହୋଇପାରେ ।

ନୂଆଦିଲ୍ଲୀ : ପୁଣି ଏକ ମହାମାରୀ । ବିଶ୍ବ ପାଇଁ ବଡ଼ ଆଉ ଏକ ମହାମାରୀ ଆତଙ୍କ ଭାବେ ଉଭା ହେବାକୁ ଯାଉଛି ବାର୍ଡ ଫ୍ଲୁ ।  ଯେଉଁ ମାତ୍ରାରେ ବ୍ୟାପୁଛି ତାହାକୁ ନେଇ ବୈଜ୍ଞାନିକମାନେ ଚିନ୍ତା ପ୍ରକଟ କରିବା ସହ ଚେତାବନୀ ଜାରି କରିଛନ୍ତି ।  କାରଣ H5N1 ଭାଇରସ୍ ଏକ ସାଂଘାତିକ ପରିସ୍ଥିତ ଆଡକୁ ଗତି କରୁଥିବା କୁହାଯାଇଛି ।  ପକ୍ଷୀ ଛଡ଼ା ବିଭିନ୍ନ ସ୍ଥାନରେ ଗାଈ, ବିଲେଇ ଏପରିକି ମଣିଷ ଶରୀରରେ ମଧ୍ୟ H5N1 ଭୁତାଣୁ ଠାବ ହୋଇଛି । ଆମେରିକାର ଟେକ୍ସାସରେ ଜଣେ ଚାଷୀ ଏହି ଭୂତାଣୁ ସଂକ୍ରମଣର ଶିକାର ହୋଇଛନ୍ତି ।  ପାଖାପାଖି ୬ଟି ରାଜ୍ଯରେ ଏକାଧିକ ଗାଈ ଓ ବିଲେଇଙ୍କର ଏହି ଭୂତାଣୁ ସଂକ୍ରମଣରେ ମୃତ୍ୟୁ ଘଟିଛି।

ପିଟର୍ସବର୍ଗରେ ବାର୍ଡ ଫ୍ଲୁ ଉପରେ ଗବେଷଣା କରୁଥିବା ଭାରତୀୟ ବୈଜ୍ଞାନିକ ଡା. ସୁରେଶ କୁଚିପୁଡି ଚେତାବନୀ ଦେଇଛନ୍ତି, H5N1 ଭାଇରସ୍ ମଣିଷ ସମେତ ବହୁ ସଂଖ୍ୟକ ସ୍ତନ୍ୟପାୟୀ ପ୍ରାଣୀଙ୍କୁ ସଂକ୍ରମିତ କରିପାରେ। କୋଭିଡ-୧୯ ଠାରୁ ମଧ୍ୟ ଏହା ବିନାଶକାରୀ ଓ ୧୦୦ ଗୁଣା ଅଧିକ ବିପଜ୍ଜନକ । ବିଭିନ୍ନ ସ୍ଥାନରେ ବ୍ୟାପୁଥିବା ବାର୍ଡ ଫ୍ଲୁ ସଂକ୍ରମଣ ଖୁବ୍ ଶୀଘ୍ର ମହାମାରୀର ରୂପ ନେଇପାରେ । ଏହି ଭାଇରସ୍ ମହାମାରୀ ସୃଷ୍ଟି କରିବ ବୋଲି ସେ କହିଛନ୍ତି । ଏହି ଭୁତାଣୁ ଦ୍ରୁତ ଗତିରେ ବ୍ୟାପିବା ସହ ମୃତ୍ୟୁ ଆଶଙ୍କା ଅଧିକ ।  ସେହି କାରଣରୁ ଭାରିଆଣ୍ଟ ବିପଜ୍ଜନକ ବୋଲି ଫାର୍ମାସ୍ୟୁଟିକାଲ ଇଣ୍ଡଷ୍ଟ୍ରି କନସଲଟାଣ୍ଟ ଜନ ଫୁଲଟନ କହିଛନ୍ତି ।

ପୃଥିବୀର ଅନେକ ସ୍ଥାନରେ ବାର୍ଡ ଫ୍ଲୁ ସଂକ୍ରମଣ ଏବେ ବି ଅଛି ଏବଂ ବହୁ ସଂଖ୍ୟକ ସ୍ତନ୍ୟପାୟୀ ପ୍ରାଣୀ ଏହା ଦ୍ୱାରା ସଂକ୍ରମିତ ହେଉଛନ୍ତି। ସମୟ ପୂର୍ବରୁ ସଚେତନ ନହେଲେ ପରିସ୍ଥିତି ଗମ୍ଭୀର ହୋଇପାରେ ବୋଲି ସେ କହିଛନ୍ତି । ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ ୨୦୦୩ ପରଠାରୁ H5N1 ଭାଇରସ୍ ସଂକ୍ରମିତ ପ୍ରତ୍ୟେକ ୧୦୦ ରୋଗୀଙ୍କ ମଧ୍ୟରୁ ୫୨ ଜଣଙ୍କର ମୃତ୍ୟୁ ଘଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.