ତାତିରୁ ମିଳିବ ଆଶ୍ୱସ୍ତି; ରାଜ୍ୟରେ ୭ରୁ କାଳବୈଶାଖୀ ବର୍ଷା ସମ୍ଭାବନା

ଲୋକଙ୍କ ପାଇଁ ଆଶ୍ୱସ୍ତିକର ଖବର । ଗରମ ଏବଂ ତାତିରୁ ଖୁବଶୀଘ୍ର ମୁକ୍ତି ପାଇପାରନ୍ତି । କାରଣ ୭ ତାରିଖ ପରଠୁ ରାଜ୍ୟରେ କାଳବୈଶାଖୀ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଅସହ୍ୟ ତାତି ଲୋକଙ୍କୁ କଲବଲ କରୁଛି । ଗରମ ଏତେ ହୋଇଛି ଯେ, ଆକାଶରୁ ନିଆଁ ହୁଳା ବର୍ଷିଲା ଭଳି ଅନୁଭବ ହୋଇଛି ।  ଗତକାଲି ଭୁବନେଶ୍ୱରରେ ଦିନର ସର୍ବାଧିକ ୪୩ଦଶମିକ ୫ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଯାହାକି ଚଳିତ ବର୍ଷର ସର୍ବାଧିକ ତାପାମାତ୍ରା ।  କିନ୍ତୁ ଏହାମଧ୍ୟରେ ଲୋକଙ୍କ ପାଇଁ ଆଶ୍ୱସ୍ତିକର ଖବର ଆସିଛି ।  ଏହି ଗରମ ଏବଂ ତାତିରୁ ଖୁବଶୀଘ୍ର ମୁକ୍ତି ପାଇପାରନ୍ତି ।  କାରଣ ୭ ତାରିଖ ପରଠୁ ରାଜ୍ୟରେ କାଳବୈଶାଖୀ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

ଅନ୍ୟପଟେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ୬ ତାରିଖରେ ମଧ୍ୟ ଉଷ୍ଣ-ଆର୍ଦ୍ର ପାଣିପାଗ, ଗ୍ରୀଷ୍ମ ପ୍ରବାହ ତଥା ଉଷ୍ଣ ରାତି ପରିସ୍ଥିତିର ସମ୍ଭାବନା ରହି ଛି। ଉତ୍ତର ପଶ୍ଚିମ ଓ ପଶ୍ଚିମ ଦିଗରୁ ରାଜ୍ୟକୁ ପ୍ରବେଶ କରୁଥିବା ଶୁଷ୍କ ଗରମ ବାୟୁ ପ୍ରବାହ ଦ୍ବାରା ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ୨ରୁ ୩ ଡିଗ୍ରି ବୃଦ୍ଧି ପାଇବାର ସମ୍ଭାବନା ରହିଛି । ୬ ତାରିଖରେ ଖୋର୍ଦ୍ଧା, କଟକ, କେନ୍ଦୁଝର, ବୌଦ୍ଧ, ମାଲକାନଗିରି, ନୟାଗଡ଼, ଅନୁଗୁଳ, ବଲାଙ୍ଗୀର, କନ୍ଧମାଳ, ବାଲେଶ୍ବର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଓ ଝାରସୁଗୁଡ଼ାରେ ଗ୍ରୀଷ୍ମ ପ୍ରବାହ ଲାଗି ରହିବ । ୭ ଓ ୮ ତାରିଖରେ ଏକ ଟ୍ରଫ୍‌ ଲାଇନ୍‌ ସୃଷ୍ଟି ହେବ । ଏଥିସହ ବଙ୍ଗୋପସାଗରରୁ ଜଳୀୟ ବାଷ୍ପ ବାୟୁ ବଙ୍ଗୋପସାଗରରୁ ଓଡ଼ିଶାକୁ ଆସିବାକୁ ଥିବାରୁ କାଳବୈଶାଖୀ ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.