ଚେନ୍ନାଇ ସୁପରକିଙ୍ଗସର କ୍ରମାଗତ ଦ୍ବିତୀୟ ପରାଜୟ, ହାଇଦ୍ରାବାଦ ଠାରୁ ୬ ୱିକେଟରେ ପରାସ୍ତ

ଆଇପିଏଲରେ ଡିଫେଣ୍ଡି ଚାମ୍ପିଅନ ଚେନ୍ନାଇ ସୁପରକିଙ୍ଗସର କ୍ରମାଗତ ଦ୍ବିତୀୟ ପରାଜୟ । ହାଇଦ୍ରାବାଦ ଠାରୁ ୬ ୱିକେଟରେ ପରାସ୍ତ ହୋଇଛି CSK। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ଟିମ ୫ ୱିକେଟ ହରାଇ ୧୬୫ ରନ କରିଥିଲା।

ଆଇପିଏଲରେ ଡିଫେଣ୍ଡି ଚାମ୍ପିଅନ ଚେନ୍ନାଇ ସୁପରକିଙ୍ଗସର କ୍ରମାଗତ ଦ୍ବିତୀୟ ପରାଜୟ ।  ହାଇଦ୍ରାବାଦ ଠାରୁ ୬ ୱିକେଟରେ ପରାସ୍ତ ହୋଇଛି CSK। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ଟିମ ୫ ୱିକେଟ ହରାଇ ୧୬୫ ରନ କରିଥିଲା ।  ଶିବମ ଦୁବେ ୨୪ ବଲରୁ ୪୫ ରନ କରିଥିଲେ ।  ଜାଡେଜା ୩୧ ଓ ରାହାଣେ ୩୫ ରନର ଇନିଂସ ଖେଳିଥିଲେ ।  ଜବାବରେ ୧୮ ଦଶମିକ ୧ ଓଭରରେ ୪ ୱିକେଟ ହରାଇ ସନରାଇଜର୍ସ ଟିମ ଟାର୍ଗେଟ ହାସଲ କରିଥିଲା । ବିସ୍ଫୋରକ ବ୍ୟାଟିଂ କରିଥିବା ଅଭିଷେକ ଶର୍ମା ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଛନ୍ତି । ୧୨ ବଲରୁ ୪ ଛକା ଓ ୩ ଚୌକା ବଳରେ ୩୭ କରିଥିଲେ ଅଭିଶେଷ । ସେହିପରି ମାରକ୍ରମ ୩୬ ବଲରୁ ୫୦ ରନର ପାଳି ଖେଳିଥିଲେ । ପୂର୍ବରୁ ଦିଲ୍ଲୀ ଠାରୁ ହାରିଥିଲା ଚେନ୍ନାଇ ଟିମ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.