କମିଲା ସୁନା ଦର, ଜାଣନ୍ତୁ କ’ଣ ରହିଛି ନୂଆ ମୂଲ୍ୟ

ଆପଣ ସୁନା କିଣିବାକୁ ଚାହୁଁଛନ୍ତି, ତେବେ ଜଲଦି କରନ୍ତୁ। ଗତି କିଛି ମାସ ହେବଣି ସୁନା ଦର ହୁ ହୁ ହୋଇ ବଢିଚାଲିଥିଲା। ଏଥିପାଇଁ ସୁନା କିଣିବାକୁ ଇଚ୍ଛୁକ ଥିବା ଲୋକ ଇଚ୍ଛା ଥାଇ ମଧ୍ୟ କିଣିପାରୁନଥିଲେ। କିନ୍ତୁ ଯଦି ଆପଣ ଏବେ ସୁନା କିଣିପାରିବେ। ସୁନା ଦର ୨୩୦୦ ଟଙ୍କା ହ୍ରାସ ପାଇଛି।

ଗତ ସେପ୍ଟେମ୍ବର ମାସ ତୁଳନାରେ ସୁନା ମୂଲ୍ୟରେ ହ୍ରାସ ଘଟିଛି। ଗତ ସେପ୍ଟେମ୍ବରରେ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୦ ହଜାର ଟଙ୍କା ରହିଥିବା ବେଳେ ଏବେ ଏହା ୨୩୦୦ ଟଙ୍କା ହ୍ରାସ ହୋଇଛି। ଏବେ ସୁନା ୧୦ ଗ୍ରାମ ପ୍ରତି ମୂଲ୍ୟ ୩୭,୬୭୧ ରହିଛି। ସେହିପରି ରୂପା ମୂଲ୍ୟ କିଲୋ ପ୍ରତି ୪୪ ହଜାର ଟଙ୍କା ରହିଛି।

gold (1)

ଗତ ସପ୍ତାହରେ ଆମେରିକା ଏବଂ ଚୀନ ମଧ୍ୟରେ ଜିନିଷ ଆମଦାମୀକୁ ନେଇ ଟ୍ରେଡ ବୁଝାମଣା ହୋଇଥିଲା। କିନ୍ତୁ ପରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏହି ବୁଝାମଣା ପତ୍ର ହେବାକୁ ମନା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.