Below header

ଫିଲ୍ମ ‘ତାନାଜୀ’ ମାଧ୍ୟମରେ ବିଲିଉଡ୍‌ରେ ସେଞ୍ଚୁରୀ ମାରିଛନ୍ତି ଅଜୟ ଦେବଗନ, ପୋଷ୍ଟର ସେୟାର କରି ଶୁଭେଚ୍ଛା ଜଣାଇଲେ ପତ୍ନୀ କାଜୋଲ ଏବଂ ଶାହରୁଖ ଖାନ୍

ବଲିଉଡ୍‌ର ସିଙ୍ଘମ ଅଜୟ ଦେବଗନ। ଫିଲ୍ମ ତାନାଜୀ ମାଧ୍ୟମରେ ବିଲିଉଡ୍‌ରେ ସେଞ୍ଚୁରୀ ମାରିଛନ୍ତି ଅଜୟ । ୧୯୯୧ରେ ଫିଲ୍ମ ‘ଫୁଲ୍ ଔର କାଣ୍ଟେ’ ମାଧ୍ୟମରେ ଆରମ୍ଭ କରିଥିଲେ ଅଭିନୟ । ୩୦ ବର୍ଷରେ ୧୦୦ଟି ଫିଲ୍ମ କରିଛନ୍ତି ଅଜୟ।  ପ୍ରଥମ ଫିଲ୍ମରେ ହିଁ ଅଜୟ ପାଇଥିଲେ ଫିଲ୍ମ ଫେୟାର ଆଓ୍ଵାର୍ଡ । ଏହା ପରେ ଆଉ ପଛକୁ ଫେରିନଥିଲେ ଏହି କଳାକାର । ବି ଟାଉନ୍‌କୁ ଦେଇ ଚାଲିଲେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ।

video courtesy: Ajay Devgn Ffilms

ବିଜୟପଥ, ଦିଲଓ୍ଵାଲେ, ଦିଲଜଲେ, ଇସ୍କ ଓ ହମ୍ ଦିଲ୍ ଦେ ଚୁକେ ସନମ୍ ପରି ଫିଲ୍ମକୁ ଏବେ ବି ମନେ ରଖିଛନ୍ତି ଦର୍ଶକ । ଜଖ୍‌ମ ଓ ଭଗତ ସିଂହଙ୍କ ପାଇଁ ତାଙ୍କୁ ମିଳିଛି ନେସନାଲ ଫିଲ୍ମ ଆଓ୍ଵାର୍ଡ । ରୋମାଣ୍ଟିକ୍‌, କମେଡି, ଭିଲେନ୍‌, ସବୁ କ୍ୟାରେକ୍ଟରରେ ଦର୍ଶକଙ୍କ ମନ ଜିଣିଛନ୍ତି ସେ । ଫିଲ୍ମ ସିଙ୍ଘମରେ ଦେଖିବାକୁ ମିଳିଥିଲା ଦେବଗନଙ୍କ ଜବରଦସ୍ତ ଆକ୍ସନ । କେବଳ ଅଭିନୟ ନୁହଁ, ପ୍ରଯୋଜନ ଓ ନିର୍ଦ୍ଦେଶନା ବି ଦେଇଛନ୍ତି। ଫିଲ୍ମ ଜିଗରରେ ଅଭିନେତ୍ରୀ କାଜୋଲଙ୍କ ସହ ତାଙ୍କ ସଂପର୍କ ଗଢି ଉଠିଥିଲା । ୨୪ ଫେବୃଆରୀ ୧୯୯୯ରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।

ଏହାସହ ପଢନ୍ତୁ:

ନିଜର ପ୍ରଥମ ମ୍ୟୁଜିକ୍ ଭିଡିଓ ‘ଫିଲହାଲ୍’ର ଟିଜର ସେୟାର କଲେ ଅକ୍ଷୟ କୁମାର, ଦେଖନ୍ତୁ ଭିଡିଓ

ଅଜୟ ଦେବଗନଙ୍କ ୧୦୦ ତମ ଫିଲ୍ମ ତାନାଜୀର ପୋଷ୍ଟର ସେୟାର କରି ଶୁଭେଚ୍ଛା ଜଣାଇଛନ୍ତି କାଜୋଲ । ଅପରପକ୍ଷେ ଶାହରୁଖ ଖାନ୍ ଅଜୟଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସହିତ ୧୦୦ତମ ଫିଲ୍ମକୁ ଅପେକ୍ଷା କରିବା କହିଛନ୍ତି । ଏହା ସହିତ ଏକାଥରରେ ଦୁଇଟି ବାଇକକୁ ଚଲାଇବାଠାରୁ ଆରମ୍ଭ କରି ବହୁ ଲମ୍ବା ରାସ୍ତାର ଲକ୍ଷ ହାସଲ କରିଥିବା କଥା କହିଛନ୍ତି । ତେବେ ଆସନ୍ତା ଜାନୁଆରୀ ୧୦ ତାରିଖରେ ଅଜୟଙ୍କ ଫିଲ୍ମ ତାନାଜୀ ବଡ଼ ପରଦାକୁ ଆସିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.