Below header

ବାପା ମହେଶ ଭଟ୍ଟ କହିଲେ ଆଲିଆ ଓ ରଣବୀରଙ୍କ ବାହାଘର ହେବ, ହେଲେ କେବେ ଜାଣି ନାହିଁ

ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବାହାଘର କେବେ ହେବ ? ଏକଥାକୁ ନେଇ ତାଙ୍କ ପରିବାର ଲୋକ ଯେତିକି ଚିନ୍ତିତ ନୁହନ୍ତି ତାଠାରୁ ଅଧିକ ଚିନ୍ତା ଫ୍ୟାନ୍‌ମାନଙ୍କର । ତେବେ ଏଇ ଚିନ୍ତା ଦୂର କରିବାକୁ ଏକ କାର୍ଯ୍ୟକ୍ରମରେ ଅଲିଆଙ୍କ ବାପା ମହେଶ ଭଟ୍ଟଙ୍କୁ ପଚରାଗଲା ଆପଣଙ୍କ ଝିଅର ବାହାଘର କେବେ ହେବ ? ଉତ୍ତରରେ ମହେଶ କହିଛନ୍ତି, ବାହାଘର କେବେ ହେବ ସେ ନିଷ୍ପତ୍ତି କେବଳ ରଣବୀର ଓ ଆଲିଆ ନେବେ । ଆଲିଆ ରଣବୀରଙ୍କୁ ଭଲ ପାଉଛି ଏତିକି ମୁଁ ଜାଣେ । ସେମାନଙ୍କ ଭାବନାକୁ ମୁଁ ସମ୍ମାନ ଦିଏ । ହେଲେ ସେମାନଙ୍କ ବ୍ୟକ୍ତିଗତ କଥାରେ ମୁଁ ମୁଣ୍ଡ ପୂରାଇବି ନାହିଁ । ମହେଶ କହିଛନ୍ତି ମୁଁ ଥରେ ସୋନି ଓ ଆଲିଆ ସହିତ ରଣବୀରଙ୍କ ଘରକୁ ଯାଇଥିଲି ଡିନର କରିବା ପାଇଁ । ମୋତେ ସେମାନଙ୍କ ସମ୍ପର୍କ ଭଲ ଲାଗିଲା । ତେବେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରଣବୀର କୁଆଡ଼େ ମହେଶଙ୍କୁ ଭେଟି ୨୦୨୦ରେ ଆଲିଆଙ୍କ ସହିତ ବାହାଘର ବିଷୟରେ କଥା ହୋଇ ସାରିଛନ୍ତି ।

MAHESH BHATT-2ଲୁଧିଆନାରେ ‘ଫିକି’ର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ମହେଶ ଭଟ୍ଟ ଏହି କଥା କହିଥିଲେ । ନାମ୍‌, ଜଖମ୍‌, ସଡ଼୍‍, ଆଶିକି, ଦିଲ ହୈ କେ ମାନତା ନେହିଁ, ଡ୍ୟାଡି, ସାରାଂଶ, ଅର୍ଥ, ହମ ହୈ ରାହି ପ୍ୟାରକେ, କ୍ରିମିନାଲ ଭଳି ଅନେକ ହିଟ୍‌ ଫିଲ୍ମ ଦେଇଥିବା ମହେଶ ୯୦ ଦଶକର ଶେଷ ଭାଗରେ ନିର୍ଦ୍ଦେଶନା ଦେବା ଛାଡ଼ି ଦେଇଥିଲେ । ତେବେ ସଡ଼କ-୨ରୁ ସେ ପୁଣି ତାଙ୍କର ଇନିଂସ୍‌ ଆରମ୍ଭ କରୁଛନ୍ତି । ଏହି ଫିଲ୍ମରେ ଝିଅ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ପ୍ରଥମ ‘ସଡ଼କ’ ଫିଲ୍ମର ନାୟକ ନାୟିକା ସଞ୍ଜୟ ଦତ୍ତ ଏବଂ ବଡ଼ ଝିଅ ପୂଜା ଭଟ୍ଟଙ୍କୁ ମଧ୍ୟ ଏଥିରେ ଦେଖିବାକୁ ମିଳିବ ।

ମହେଶ କହିଛନ୍ତି ମୋର ଚାରି ଝିଅ । ସମସ୍ତଙ୍କ ସହିତ ମୁଁ ବନ୍ଧୁ ଭାବେ ବ୍ୟବହାର କରେ । ତାଙ୍କ ଜୀବନରେ ଆସିଥିବା ଚାରି ଜଣ ମହିଳାଙ୍କ ଠାରୁ ସେ ବହୁତ କିଛି ଶିଖିଛନ୍ତି । ମା, ଭଉଣୀ, ପ୍ରଥମ ପ୍ରେମିକା, ସ୍ତ୍ରୀ ସୋନି ଏବଂ ଝିଅମାନଙ୍କ ଠାରୁ ଅନେକ କଥା ଶିଖିଥିବା ମହେଶ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.