ଗୋଟିଏ ସେଟ୍‌ଅପ ବକ୍ସରେ ମିଳିବ ବିଭିନ୍ନ କମ୍ପାନୀର ସେବା! ଖୁବ୍‌ଶୀଘ୍ର ଲାଗୁ ହେବ ନୂତନ ବ୍ୟବସ୍ଥା

ଏଣିକି ଗୋଟିଏ ସେଟ୍‌ଅପ ବକ୍ସରେ ଟିଭି ଚ୍ୟାନେଲ ବ୍ରଡ୍‌କାଷ୍ଟ କରୁଥିବା ଅଲଗା ଅଲଗା କମ୍ପାନୀର ସେବା ଉପଲବ୍ଧ ହୋଇପାରିବ। ସରକାର ଏହି ନୂତନ ବ୍ୟବସ୍ଥା ଖୁବ୍‌ଶୀଘ୍ର ଆଣିବାକୁ ଯାଉଛନ୍ତି। ସୋମବାର ଡିଜିଟାଲ ଟିଭି ବ୍ରଡ୍‌କାଷ୍ଟିଙ୍ଗ୍‌ ସେବା ପାଇଁ ସେଟ୍‌ଅପ ବକ୍ସ ଇଣ୍ଟରଅପରେବିଲିଟି ଉପରେ ଟ୍ରାଇ ଏକ ପରାମର୍ଶ ପତ୍ର ଜାରି କରିଛି। ଏଥିରେ ଆସନ୍ତା ଡିସେମ୍ବର ୯ ତାରିଖ ପଯ୍ୟର୍ନ୍ତ ସମସ୍ତ ସମ୍ବନ୍ଧିତ ପକ୍ଷଙ୍କଠାରୁ ରାୟ ମଗାଯାଇଛି। ଏହି ରାୟ ଉପରେ ପୁଣିଥରେ ଡିସେମ୍ବର ୨୩ ତାରିଖ ପଯ୍ୟର୍ନ୍ତ ରାୟ ମଗାଯିବ।

ଏହାସହ ପଢ଼ନ୍ତୁ: ୫ଜି ପରେ ଏବେ ୬ଜି ଟେକ୍ନୋଲୋଜି ଉପରେ କାମ ଆରମ୍ଭ କଲା ଏହି ଦେଶ, ୧୦୦୦ ଗୁଣା ଅଧିକ ସ୍ପୀଡ୍‌ରେ ସେବା ପାଇବେ ଗ୍ରାହକ

set2

ଟ୍ରାଇର କହିବା ଅନୁସାରେ, ଗୋଟିଏ ସେଟ୍‌ଅପ ବକ୍ସରେ ଅଲଗା ଅଲଗା ସେବା ପ୍ରଦାନକାରୀଙ୍କ ସେବା ଉପଲବ୍ଧ ନ ହେବାରେ ପେ-ଟିଭି ବଜାରରେ ପ୍ରତିଯୋଗିତା ହ୍ରାସ ପାଇଥାଏ। ଏଥିସହିତ ଟେକ୍ନୋଲୋଜିକାଲ ଇନୋଭେଶନ, ସେବାର ଗୁଣାବତ୍ତା ସୁଧାରିବା ଏବଂ ସେକ୍ଟର ବିକାଶରେ ମଧ୍ୟ ବାଧକ ସାଜିଥାଏ। ଟ୍ରାଇ ଉକ୍ତ ପରାମର୍ଶ ପତ୍ରକୁ ନିଜ େଓ୍ଵବ୍‌ସାଇଟରେ ଉପଲବ୍ଧ କରାଇଛି।

ଏହାସହ ପଢ଼ନ୍ତୁ: ପିଲାଙ୍କ ପାଇଁ ଲଞ୍ଚ୍‌ ହେଲା ଏହି ଖାସ୍‌ ଆପ୍‌, ମା’-ବାପାଙ୍କୁ ମେସେଜ୍‌ ବିନା ଖୋଲିବ ନାହିଁ ଫୋନ୍‌ ଲକ୍‌

୨୦୧୬ ଏପ୍ରିଲରେ ଟ୍ରାଇ ଏହା ଉପରେ ଏକ ଫ୍ରି କନ୍‌ସଲଟେଶନ ଜାରି କରିଥିଲା। ଏହାପରେ ୨୦୧୭ ଅଗଷ୍ଟରେ ସଲ୍ୟୁଶନ ଆର୍କିଟେକ୍ଚର ଉପରେ ଏକ କନ୍‌ସଲଟେଶନ ନୋଟ୍‌ ଜାରି କରାଯାଇଥିଲା। ଏହାର ବିକାଶ ସି-ଡଟ୍‌ କରିଥିଲା। ଏହି ସ୍ମାର୍ଟକାର୍ଡ ଆଧାରିତ ସଲ୍ୟୁଶନ ନିୟନ୍ତ୍ରିତ ମାହୋଲରେ ସଫଳତାପୂର୍ବକ ପ୍ରୟୋଗ କରାଯାଇଥିଲା। ଏବେ ଏହା ଉପରେ ପ୍ରୟୋଗ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.