Below header

ରେକର୍ଡ ଭାଙ୍ଗିଲା ସୁନା-ରୂପା ଦର, ଲକଡାଉନ ସତ୍ତ୍ୱେ ରହିଛି ଆକାଶଛୁଆଁ

ଲକଡାଉନ ସତ୍ତ୍ୱେ ବଜାରରେ ଏବେ ସୁନା ଦର ଆକାଶଛୁଆଁ ହୋଇଛି। ବୁଧବାରର ସୁନା ଦର ଆଜି ପର୍ଯ୍ୟନ୍ତର ସମସ୍ତ ରେକର୍ଡ ଭାଙ୍ଗିଛି। ଏମସିଏକ୍ସରେ ସୁନା ଦାମ ୪୬,୭୮୫ରେ ପହଞ୍ଚି ଇତିହାସ ସୃଷ୍ଟି କରିଛି। ପୂର୍ବରୁ କେବେ ବି ସୁନା ମୂଲ୍ୟ ଏତେ ଟଙ୍କା ହୋଇନଥିଲା।

Gold, silver price in Hyderabad, other cities on January 27

କେବଳ ସୁନା ନୁହେଁ ରୂପା ଦାମ ମଧ୍ୟ ଅପେକ୍ଷାକୃତ ବୃଦ୍ଧି ପାଇଛି। କାଲି ମଧ୍ୟାହ୍ନ ସୁଦ୍ଧା ରୂପା ଦାମ ୧.୧୨ ପ୍ରତିଶତ ବଢ଼ି ୧୦ କେଜିକୁ ୪୩,୮୦୭ ଟଙ୍କା ରହିଥିଲା। ସେହିପରି ଗତ କାଲି ଇନଟ୍ରାଡେ କାରବାରରେ ରୂପା ମୂଲ୍ୟ କିଲୋ ପ୍ରତି ୪୪,୫୮୪ ଟଙ୍କା ଛୁଇଁ ଥିଲା।

Gold prices today fall for first time after rising for five days

ଆଜି ମଧ୍ୟ ରୂପା ଦର ବଢ଼ିବାରେ ଲାଗିଛି। ଏହାର ମେ ୫ର ଫିୟୁଚର କଣ୍ଟ୍ରାକ୍ଟ ଆଜି ୦.୭୩ ପ୍ରତିଶତ ବଢ଼ି ୪୪,୦୭୬ ରେ ପହଞ୍ଚିଛି। ସୁନା ଓ ରୂପାର ଏହି ବର୍ଦ୍ଧିତ ମୂଲ୍ୟ ସବୁ ରେକର୍ଡ ଭାଙ୍ଗିଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.