Below header

ଲକଡାଉନ ଯୋଗୁ ଭାରତରେ ଫସିଥିବା ନିଜ ନାଗରିକଙ୍କୁ ଫେରାଇବାକୁ ପାକିସ୍ତାନର ଦାବି, କହିଲା…

କରୋନା ଭାଇରସର ସଂକ୍ରମଣକୁ ଦେଶରେ ଲକଡାଉନ କରାଯାଇଥିବା ବେଳେ ଏଭଳି ସ୍ଥିତିରେ ପାକିସ୍ତାନ ନିଜ ଦେଶର ଲୋକଙ୍କୁ ଫେରାଇ ନେବାକୁ ସାହାଯ୍ୟ ମାଗିଛି। ଭାରତରେ ଏବେ ପ୍ରାୟ ୧୮୦ ଜଣ ପାକିସ୍ତାନୀ ଭିନ୍ନ ଭିନ୍ନ ସ୍ଥାନରେ ଅଛନ୍ତି। ଏହା ପୂର୍ବରୁ ଏପ୍ରିଲ ୧୬ ରେ ପାକିସ୍ତାନ ୱାଘା ବର୍ଡର ଦେଇ ୪୧ ଜଣ ନାଗରିକଙ୍କୁ ପଠାଇବାକୁ ଅନୁରୋଧ କରିଥିଲା।

44 Pakistani Migrants Granted Indian Citizenship In Rajasthan

ଭାରତ ସରକାର ଏନେଇ ସୂଚନା ଦେଇ କହିଛନ୍ତି ଯେ ଭାରତରେ ଫସି ରହିଥିବା ଅନ୍ୟ ଦେଶ ନାଗରିକଙ୍କୁ ଆମେ ସ୍ବଦେଶକୁ ପଠାଇବାକୁ ବ୍ୟବସ୍ଥା କରୁଛୁ। ଆମକୁ ଜଣାଅଛି ଯେ ପାକିସ୍ତାନର ୧୮୦ ଜଣ ଏବେ ଭାରତରେ ଅଛନ୍ତି।

With 16 M living abroad, India tops world in number of migrants

ରିପୋର୍ଟ ମୁତାବକ, ଭାରତ ମଧ୍ୟ ପାକିସ୍ତାନରେ ଫସିଥିବା ନିଜ ନାଗରିକଙ୍କୁ ଫେରାଇ ଆଣିବାକୁ ପ୍ରସ୍ତୁତି ଚଳାଇଛି। ଏବେ ପାକିସ୍ତାନରେ ପ୍ରାୟ ୨୦୫ ଜଣ ଭାରତୀୟ ଫସିଛନ୍ତି। ସେମାନଙ୍କ ମଧ୍ୟରେ ୧୦୫ ଜଣ ଛାତ୍ର ଓ ୧୦୦ ଜଣ ଯାତ୍ରୀ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.