ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଭୟାବହ ଅଗ୍ନି କାଣ୍ଡ, ତିନି ପରିବାରର ୪ ବଖରା ପୋଡି ପାଉଁଶ

ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ କୃଷ୍ନପୁର ରାଉତ ସାହିରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନୀକାଣ୍ଡ ଘଟିଯାଇଛି । ଭୟାବହ ଅଗ୍ନି କାଣ୍ଡରେ ୩ଗୋଟି ପରିବାରର ୪ବଖରା ଘର ସମେତ ସୁନା ଅଳଙ୍କାର,ମୋଟର ସାଇକେଲ,ବାସନକୁସନ,ଆସବାବପତ୍ର,ଟିଭି,ଫ୍ରିଜ,କଂପ୍ୟୁଟର ଓ ନଗଦ ଦେଡ ଲକ୍ଷରୁ ଅଧିକ ଟଙ୍କା ପୋଡି ପାଉଁଷ ହୋଇଯାଇଛି । ସେହି ଗ୍ରାମର ପୂର୍ବତନ ସରପଂଚ ସ୍ୱର୍ଗତ ସନାତନ ରାଉତଙ୍କ ତିନି ପୁଅ ଅକ୍ଷୟ,ବିଜୟ ଓ ଅଜୟ କୁମାର ରାଉତ ଏକା ସାଥିରେ ରହି ଆସୁଥିଲେ । ଗତକାଲି ବିଳମ୍ବିତ ରାତିରେ ଶୋଇପଡିଥିବା ବେଳେ ବିଜୟ ବାହାରକୁ ଆସି ଦେଖନ୍ତିତ ଘରେ ନିଆଁ ଲାଗି ଯାଇଛି ।

fire bhadrak

ସେହି ସମୟରେ ପରିବାର ଲୋକଙ୍କୁ ଡାକ ପକାଇବା ସହିତ ଗ୍ରାମବାସୀଙ୍କୁ ଡାକ ପକାଇଥିଲେ । ଘଟଣା ସ୍ଥଳରେ ଗ୍ରାମବାସୀ ମାନେ ପହଂଚି ସ୍ଥାନୀୟ ଅଗ୍ନୀସମ ବିଭାଗକୁ ଖବର ଦେଇଥିଲେ । ଅଗ୍ନୀସମ ବିଭାଗ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତକଲା ବେଳକୁ ସବୁ ପୋଡି ପାଉଁଷ ହୋଇଯାଇଥିଲା । ଅଗ୍ନିର ଭୟାବହତା ଏତେ ଥିଲା ଯେ, କେବଳ ପିଂଧିଥିବା ଲୁଗା ବ୍ୟତୀତ ଆଉ କିଛି ବଞ୍ଚାଇବା ସମ୍ଭବ ହୋଇନଥିଲା । ଖବରପାଇ ବାସୁଦେବପୁର ତହସିଲଦାର ଘଟଣା ସ୍ଥଳରେ ପହଂଚି ଅଗ୍ନୀବିପନ୍ନ ପରିବାରଙ୍କୁ ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.