Below header

ଟ୍ରମ୍ପଙ୍କ ପାଣ୍ଠି ବନ୍ଦ ନିଷ୍ପତ୍ତି ପରେ ଦୁଃଖ ପ୍ରକାଶ କଲେ WHO ମୁଖ୍ୟ ଟ୍ରେଡୋସ୍‌, ଆଗକୁ ସଂଗଠନ ପ୍ରତି ଆମେରିକାର ସହଯୋଗ ଜାରି ରହିବ ବୋଲି କଲେ ଆଶାବ୍ୟକ୍ତ

ଆମେରିକା: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHOକୁ ଆମେରିକା ଦେଉଥିବା ପାଣ୍ଠି ଉପରେ ରୋକ୍‌ ଲଗାଇଛନ୍ତି ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ । ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି WHO ମହାନିର୍ଦ୍ଦେଶକ ଟେଡ୍ରୋସ । ଆମେରିକାର ଏଭଳି ନିଷ୍ପତ୍ତିକୁ ନେଇ ସେ ଦୁଃଖ ପ୍ରକାଶ କରିଛନ୍ତି । ଆଶାବ୍ୟକ୍ତ କରିଛନ୍ତି, ଆଗକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରତି ଆମେରିକାର ସହଯୋଗ ଜାରି ରହିବ । ସେ କହିଛନ୍ତି, WHO ଆମେରିକାବାସୀ ଓ ସରକାରଙ୍କୁ ସହଯୋଗ କରନ୍ତି । WHO ବିଶ୍ୱର ଗରିବ ଓ ଅସୁରକ୍ଷିତଙ୍କ ସ୍ୱାସ୍ଥ୍ୟର ବିକାଶ ଦିଗରେ କାମ କରି ଆସୁଛି ।

america fundକେବଳ କୋଭିଡ୍‌ ସହ ଲଢ଼େଇ କରୁନି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏହା ବ୍ୟତୀତ ପୋଲିଓ, ମ୍ୟାଲେରିଆ, ଇବୋଲା, ଏଚଆଇଭି, କ୍ୟାନସର, ଡାଇବେଟିସ୍‌ ଭଳି ରୋଗ ନିରାକରଣ ଦିଗରେ ବି ସଂଗଠନ କାମ ଜାରି ରହିଛି । ବିଶ୍ୱରେ ସବୁଠାରୁ କରୋନା ଆକ୍ରାନ୍ତ ଦେଶ ଆମେରିକା । ମହାମାରୀ ସାରା ବିଶ୍ୱରେ ବ୍ୟାପୁଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଉପରେ ଦୋଷ ଲଦିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଚୀନ୍‌ରୁ ବ୍ୟାପିଥିବା କରୋନାର ଗମ୍ଭୀରତାକୁ ଲୁଚାଇଥିବା ଯୋଗୁ ଏହା ସମଗ୍ର ବିଶ୍ୱକୁ ବ୍ୟାପିଥିବା ଟ୍ରମ୍ପ କହିଛନ୍ତି । ଭାଇରସ୍‌ ବ୍ୟାପିବା ନେଇ WHOର ଭୂମିକା ସମୀକ୍ଷା କରାଯିବା ପରେ ଆମେରିକା ଦେଉଥିବା ପାଣ୍ଠି ବନ୍ଦ କରି ଦେଇଛିି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.