Below header

ଲକଡାଉନ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ବିରକ୍ତ ହେଲେ ସଲମାନ ଖାନ, କହିଲେ “ପରିବାରର ଶବ ଉଠାଇପାରିବ?”

କରୋନା ଭାଇରସ ଧୀରେ ସାରା ବିଶ୍ୱକୁ ନିଜ ଅଧୀନକୁ ନେଇ ସାରିଲାଣି। ଏହି ଭାଇରସ ପ୍ରଭାବରୁ ନିଜକୁ ବଞ୍ଚାଇବା ପାଇଁ ଘରେ ରହିବା ହିଁ ଏକମାତ୍ର ଉପାୟ। ଏଣୁ ସରକାର ସମସ୍ତଙ୍କୁ କଡ଼ାକଡ଼ି ଭାବେ ଲକଡାଉନ ପାଳନ କରିବାକୁ କହୁଛନ୍ତି। କିନ୍ତୁ ଇତି ମଧ୍ୟରେ କିଛି ପୋଲିସ ଅଫିସର ଓ ଡାକ୍ତରଙ୍କ ଉପରେ ହେଉଥିବା ଆକ୍ରମଣ ମାମଲା ମଧ୍ୟ ସାମ୍ନାକୁ ଆସିଛି। ଯାହାକୁ ନେଇ ବଲିଉଡର ଭାଇଜାନ ସଲମାନ ଖାନ ଅସନ୍ତୋଷ ପ୍ରକାଶ କରିଛନ୍ତି।

Salman Khan: I want children, but I don't want the mother - Movies ...

ଏକ ଭିଡିଓ ସେୟାର କରି ସଲମାନ କହିଛନ୍ତି ଯେ ସେ ୨ ଦିନ ଛୁଟି କାଟିବାକୁ ଫାର୍ମ ହାଉସ ଯାଇଥିଲେ ମାତ୍ର ତା ପରଠୁ ହିଁ ଲକଡାଉନ ଘୋଷଣା ହେଲା। ଏବେ ସେ ନିଜ ପରିବାର ସହ ସେଠାରେ ହିଁ ଅଛନ୍ତି। ଏଥିସହ କେହି ବାହାରକୁ ବାହାରିବେନି କି କେହି ବାହାର ଲୋକ ଘରକୁ ଆସିବେନି ବୋଲି ମଧ୍ୟ ସେ ନିୟମ କରିଛନ୍ତି। କେବଳ ରାସନ ଆଣିବାକୁ ସେ ଘରୁ ବାହାରୁଥିବା କହିଛନ୍ତି।

 

View this post on Instagram

 

A post shared by Salman Khan (@beingsalmankhan) on

ଏଥିସହ ପୋଲିସ ଓ ଡାକ୍ତରଙ୍କ ଉପରେ ବାରମ୍ବାର ହେଉଥିବା ଆକ୍ରମଣ ଘଟଣାକୁ ମଧ୍ୟ ସେ ନିନ୍ଦା କରିଛନ୍ତି। ଯେଉଁମାନେ ଲକଡାଉନ ନିୟମ ପାଳନ କରୁନାହାନ୍ତି ସଲମାନ ତାଙ୍କୁ କହିଛନ୍ତି ଯେ ଆମେ ଜାଣିଲୁ ଯେ ତମେ ସାହସୀ କିନ୍ତୁ ତମେ କଣ ଏତେ ସାହସୀ ଯେ କରୋନାକୁ ହରାଇପାରିବ। ନିଜର ନ ହେଲେ ନାହିଁ ନିଜ ପରିବାର କଥା ଚିନ୍ତା କର। ତମେ କଣ ନିଜ ପରିବାରର ଶବ ଉଠାଇପାରିବ ବୋଲି ସଲମାନ ପ୍ରଶ୍ନ କରିଛନ୍ତି।

 

View this post on Instagram

 

Setting examples… #IndiaFightsCorona

A post shared by Salman Khan (@beingsalmankhan) on

ଏଥିସହ ସେ ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ଜଣେ ହିନ୍ଦୁ ଓ ମୁସଲମାନ ପ୍ରାର୍ଥନା କରୁଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.