କିଛିଦିନ ଚିକେନ୍, ମଟନ ଖାଇବେନି ତ କ’ଣ ବିଗିଡିଯିବ? ନନଭେଜ ଉପରେ ପିଟିସନକୁ ଖାରଜ କରିଦେଲେ ସୁପ୍ରିମକୋର୍ଟ

ଦିନକୁ ଦିନ ବଢି ଚାଲିଥିବା କରୋନା ଭାଇରସ ମହାମାରୀକୁ ନଜରରେ ରଖି ଦେଶରେ ଲକଡାଉନକୁ 3 ମେ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏହି ସମୟରେ ସମସ୍ତ ଜରୁରୀ ସେବାକୁ ଛାଡ଼ିଦେଲେ ବାକି ସବୁ ଦୋକାନ ବନ୍ଦ ଅଛି। ତେବେ ଏହାରି ଭିତରେ ଯେଉଁ ଲୋକ ନିଜ ଖାଦ୍ୟରେ ଅଧିକରୁ ଅଧିକ ଆମିଷ ସାମିଲ କରୁଛନ୍ତି, ସେମାନଙ୍କୁ ସୁପ୍ରିମକୋର୍ଟଙ୍କ ତରଫରୁ ଉଚିତ ଜବାବ ମିଳିଛି।

2

ଚିକେନ୍ ମଟନକୁ ଜରୁରୀ ସାମଗ୍ରୀ କଟାଗୋରିରେ ସାମିଲ କରିବା ନେଇ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ ହୋଇଥିଲା। ଏହା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, ‘ଯଦି ଆପଣ କିଛିଦିନ ଘରେ ରହିଯିବେ ଏବଂ ଚିକେନ୍ ମଟନ ଖାଇବେନି, ତ ଏଥିରେ କଣ ବିଗିଡ଼ିଯିବ’? ଆସାମର ଗୌହାଟିରେ ରହୁଥିବା ଅମିତ ଗୋଏଲ ନାମକ ବ୍ୟକ୍ତି ଚିକେନ୍ ଓ ମଟନକୁ ଆବଶ୍ୟକ ବସ୍ତୁ ତାଲିକାରେ ସାମିଲ କରିବାର ଡିମାଣ୍ଡକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସେ ନିଜ ପିଟିସନରେ କହିଥିଲେ ଯେ ‘ଗ୍ରୋସାରି ସହିତ ଚିକେନ୍, ମଟନ ଆଣିବା ପାଇଁ ସେ ନିଜ ଘରୁ ବାହାରିଥିଲେ। କିନ୍ତୁ ପୋଲିସ ତାଙ୍କୁ ହଇରାଣ କରିଥିଲା’। ଅମିତ ଆହୁରି କହିଥିଲେ କି, ‘ପ୍ରତି ସପ୍ତାହରେ ପରିବାରର କୌଣସି ଜଣେ ସଦସ୍ୟଙ୍କୁ ଚିକେନ୍, ମଟନ କିଣିବାର ଅନୁମତି ଦେବା ଉଚିତ। ଏହି ଜିନିଷ ଗୋଟିଏ ହିଁ ଦୋକାନରେ ଉପଲବ୍ଧ ହେବା ଉଚିତ, ଯାହାଫଳରେ ଲୋକେ ସୋସିଆଲ ଡିସଷ୍ଟାନସିଂ ପାଳନ କରି ଏହାକୁ କିଣିପାରିବେ’।

3

ଏହା ଉପରେ ଜଷ୍ଟିସ ଏନ ବି ରମଣ, ଜଷ୍ଟିସ ସଞ୍ଜୟ କିଶନ କୋଲ ଓ ବି ଆର ଗବଇଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ‘ଆପଣ କେଉଁ ପ୍ରକାରର ପିଟିସନ ଦାଖଲ କରିଛନ୍ତି। କିଛି ଦିନ ପର୍ଯ୍ୟନ୍ତ ଚିକେନ୍ ଓ ମଟନ ଖାଇବେନି ତ କଣ ହୋଇଯିବ? ଆପଣ ବାହାରକୁ ବାହାରି ଭିଡ କାହିଁକି ବଢାଇବାକୁ ଚାହୁଁଛନ୍ତି? କଣ ଆପଣ ନିଜର ଛୋଟିଆ ଦାୟିତ୍ୱକୁ ବି ତୁଲାଇପାରିବେ ନାହିଁ’? ଏହା କହି ସୁପ୍ରିମକୋର୍ଟ ଅମିତଙ୍କ ପିଟିସନକୁ ଖାରଜ କରିଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.