କେନ୍ଦୁଝରରେ 5T ସଚିବ ଓ ମୁଖ୍ୟ ଶାସନ ସଚିବ, କୋଭିଡ୍‌ ହସ୍ପିଟାଲର କରୁଛନ୍ତି ସ୍ଥିତି ସମୀକ୍ଷା

କେନ୍ଦୁଝର: କେନ୍ଦୁଝରରେ 5T ସଚିବ ଭି. କେ. ପାଣ୍ଡିଆନ ଓ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । କୋଭିଡ୍‌ ହସ୍‌ପିଟାଲ ସ୍ଥିତି ସମୀକ୍ଷା ପାଇଁ ପହଞ୍ଚିଛନ୍ତି ଦୁଇ ବରିଷ୍ଠ ଅଧିକାରୀ । କେନ୍ଦୁଝରରେ ପ୍ରଥମେ ପହଞ୍ଚିବା ପରେ ହସ୍ପିଟାଲର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହାପରେ ମୁଖ୍ୟ ସଚିବ ଓ ଫାଇଭ ଟି ସଚିବ ଜିଲ୍ଲା ପଦାଧିକାରୀଙ୍କ ସହିତ କରୋନା ସ୍ଥିତି ନେଇ ସମିକ୍ଷା କରିବେ। ଏହାପରେ ବାଲେଶ୍ୱର ଓ ମୟୁରଭଞ୍ଜ ମଧ୍ୟ ଗସ୍ତ କରିବାର ସୁଚନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.