ପୁଣି ବଢ଼ିଲା ସୁନା ଦର, ଜାଣନ୍ତୁ ଆଜି ଆପଣଙ୍କ ସହରରେ କେତେ ଅଛି ଦାମ୍‌

ବର୍ତ୍ତମାନର କରୋନା ଆର୍ଥିକ ସଂକଟ ଭିତରେ ସୁନା-ରୂପା ଦର ଲଗାତର ବୃଦ୍ଧି ହେବାରେ ଲାଗିଛି। ସୁନା ମୂଲ୍ୟ ମଙ୍ଗଳବାର ସଂନ୍ଧ୍ୟା ସୁଦ୍ଧା ୧୧୯ ଟଙ୍କା ବୃଦ୍ଧି ପାଇଛି। ଫଳରେ ଦିଲ୍ଲୀରେ ଆଜି ସୁନା ଦର ପ୍ରତି ୧୦ ଗ୍ରାମ ପିଛା ରହିଛି ୪୯,୩୦୬ ଟଙ୍କା। ଏଚଡିଏଫସି ସିକ୍ୟୁରିଟୀ ଅନୁଯାୟୀ ଅନ୍ତରାଷ୍ଟ୍ରୀୟ ବଜାରରେ ସୁନାରେ ଦର ମହଙ୍ଗା ହୋଇଛି। ଆପଣଙ୍କୁ ଜଣାଇ ରଖିବାକୁ ଚାହିଁବୁ ଯେ ପୂର୍ବ ଥର ସୁନା ଦର ୪୯,୧୮୭ ଟଙ୍କା ପ୍ରତି ୧୦ ଗ୍ରାମ ବଢ଼ି ସ୍ଥିର ରହିଥିଲା।

ସେହିପରି ରୂପା ମୂଲ୍ୟରେ ମଧ୍ୟ ଦର ବୃଦ୍ଧି ପାଇଛି। ରୂପା ଦର ଉପରେ ୧,୪୦୮ ଟଙ୍କା ବୃଦ୍ଧି ପାଇଛି। ଫଳରେ ରୂପା ଦାମ ରହିଛି ୪୯,୪୮୩ ଟଙ୍କା ପ୍ରତି କିଲୋଗ୍ରାମ ରହିଛି। ଏହାପୂର୍ବରୁ ରୂପା ଦର କିଲୋଗ୍ରାମ ପ୍ରତି ୪୮,୦୭୫ ଟଙ୍କା ହୋଇ ସ୍ଥିର ହୋଇଥିଲା।

ଆଜି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ରହିଛି ୪୬,୫୭୦ ଟଙ୍କା। ସେହିପରି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମ ପିଛା ୪୯,୭୧୦ ଟଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.