ଯାଜପୁର ରାଜପଥ ଛତିଆ ନିକଟ ବନ୍ଦାଳ ଛକରେ ଦୁଇଟି ପୃଥକ ଦୁର୍ଘଟଣା, ୨ ଯୁବକ ମୃତ

ଯାଜପୁର : ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥରେ ଦୁର୍ଘଟଣା । ରାଜପଥର ଛତିଆ ନିକଟ ବନ୍ଦାଳ ଛକରେ ପୃଥକ ଦୁର୍ଘଟଣାରେ ୨ଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ପ୍ରଥମ ଦୁର୍ଘଟଣାରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀର ମୃତ୍ୟୁ ଘଟିଛି । ମୃତକ ହେଲେ ଧର୍ମଶାଳା ଥାନା କାଏମା ଗ୍ରାମର ତପନ ସାହୁ ।

ସେହିପରି ଟ୍ରାକ୍ଟର ଅଟୋ ଧକ୍କା ହେବା ଫଳରେ ଅଟୋ ଡ୍ରାଇଭରର ମୃତ୍ୟୁ ହୋଇଛି । ସେ ଯାଜପୁର ଟାଉନ ଅଂଚଳର ଜୟନ୍ତ ପାତ୍ର ବୋଲି ଜଣାପଡିଛି । ଖବର ପାଇ ବଡଚଣା ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଦୁର୍ଘଟଣାଗ୍ରସ୍ତ ଗାଡିଗୁଡିକୁ ଜବତ କରି ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.