ସୁନା କିଣିବାକୁ ଚାହୁଁଛନ୍ତିକି, ତେବେ ଜାଣି ରଖନ୍ତୁ ଆଜିର ମୂଲ୍ୟ

ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଭାରତୀୟ ବଜାରରେ ସୁନା ଦରରେ କିଂଚିତ ପରିବର୍ତ୍ତନ ଦେଖାଦେଇଛି । ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୨୬୦ ଟଙ୍କା ବୃଦ୍ଧି ପାଇ ୪୪୭୪୦ରୁ ୪୫୦୦୦ ଟଙ୍କାରେ ପହଂଚିଛି । ଯେବେକି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ସମାନ ଭାବେ ୨୬୦ ଟଙ୍କା ବଢି ୪୫୭୪୦ ରୁ ୪୬୦୦୦ ଟଙ୍କାରେ ପହଂଚିଛି । ଦେଶର କେତେକ ପ୍ରମୁଖ ସହର ଗୁଡିକରେ ବି ସୁନା ଦରରେ ପରିବର୍ତ୍ତନ ଆସିଛି । ରାଜଧାନୀ ଦିଲ୍ଲୀରେ ଗତକାଲି ସନ୍ଧ୍ୟା ସୁଦ୍ଧ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୪୬୪୦୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ୪୫୨୦୦ ଟଙ୍କା ଛୁଇଁଛି । ଯେବେକି ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଏହି ଦର ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୪୬୦୦୦ ଟଙ୍କା ୪୫୦୦୦ ଟଙ୍କା ରହିଛି । ଦେଶର ଅନ୍ୟ ସହର ଅପେକ୍ଷା ସୁନା ମୂଲ୍ୟ କଲିକତା ସହରରେ କିଛିଟା ଅଧିକ ରହିଛି ।

୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭୩୧୦ ଟଙ୍କା ଓ ୨୨ କ୍ୟାରେଟ ସୁନା ମୂଲ୍ୟ ୪୫୮୧୦ ଟଙ୍କା ରହିଛି । ଦେଶର ଅନ୍ୟ ସହର ଅପେକ୍ଷା ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ କିଛିଟା କମ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ୨୪ କ୍ୟାରେଟ ମୂଲ୍ୟ ୯୦ ଟଙ୍କା ବୃଦ୍ଧି ପାଇ ୪୮୪୨୦ ଟଙ୍କାରୁ ୪୮୫୧୦ ଟଙ୍କାରେ ପହଂଚିଛି । ଯେବେକି ୨୨ କ୍ୟାରେଟ ମୂଲ୍ୟ ୧୦ ଗ୍ରାମ ପ୍ରତି ୪୪୩୫୦ ଟଙ୍କାରୁ ୪୪୪୭୦ ଟଙ୍କା ଛୁଇଁଛି । କିନ୍ତୁ ରୂପା ମୂଲ୍ୟ କିଲୋଗ୍ରାମ ପ୍ରତି ସାମାନ୍ୟ ହ୍ରାସ ପାଇଛି । ଏହି ଦର କିଲୋଗ୍ରାମ ପ୍ରତି ୪୦ ଟଙ୍କା କମି ୪୭୪୪୦ ଟଙ୍କାରୁ ୪୭୪୦୦
ଟଙ୍କାରେ ପହଂଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.