Below header

ପୁଣି କମିଲା ସୁନା ଦର, ଶୀଘ୍ର ସୁଯୋଗର ଉଠାନ୍ତୁ ଫାଇଦା

ସୋମବାର ସନ୍ଧ୍ୟା ସୁଦ୍ଧା ଲଗାତାର ଦ୍ଵିତୀୟ ଦିନ ପାଇଁ ଭାରତୀୟ ବଜାରରେ ସୁନା ଦର ପୁଣି ଥରେ ହ୍ରାସ ପାଇଛି । ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୧୬୪ ଟଙ୍କା କମି ୪୭,୧୬୪ ଟଙ୍କାରୁ ୪୭,୦୦୦ ଟଙ୍କାରେ ପହଂଚିଛି । ଠିକ ସେହିପରି ୨୨ କ୍ୟାରେଟ ସୁନା ମୂଲ୍ୟ ବି ସମାନ ଭାବେ ୧୦ ଗ୍ରାମ ପ୍ରତି ୧୬୪ ଟଙ୍କା କମି ୪୬,୨୬୪ ଟଙ୍କାରୁ ୪୬,୦୦୦ ଟଙ୍କାରେ ପହଞ୍ଚିଛି । ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ମୂଲ୍ୟରେ କିଂଚିତ ପରିବର୍ତ୍ତନ ଦେଖାଦେଇଛି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ଦର ୧୦
ଗ୍ରାମ ପ୍ରତି ଯଥାକ୍ରମେ ୪୭,୦୦୦ ଓ ୪୬,୦୦୦ ଟଙ୍କା ରହିଛି । ଠିକ ସେହିପରି ରାଜଧାନୀ ଦିଲ୍ଲୀରେ ବି ଏହି ଦର ଯଥାକ୍ରମେ ୪୭,୨୦୦
ଟଙ୍କା ଓ ୪୬୦୦୦ ଟଙ୍କା ରହିଥିବା ଜଣାଯାଇଛି ।

ଚେନ୍ନଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ୪୯୪୫୦ ଟଙ୍କା ୪୫୩୨୦ ଟଙ୍କା ରହିଥିବା ବେଳେ କଲିକତାରେ ରହିଛି ୪୮,୧୦୦ ଟଙ୍କା ଓ ୪୬,୮୧୦ଟଙ୍କା । ଓଡିଶାର ରାଜଧାନୀ ଭୁବନେଶ୍ୱରରେ ବି ସୁନା ମୂଲ୍ୟରେ ଏକ ବଡ଼ ପରିବର୍ତ୍ତନ ଲକ୍ଷ କରାଯାଇଛି । ସହରରେ ସୋମବାର ସନ୍ଧ୍ୟା ସୁଦ୍ଧ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୨୧୦ ଟଙ୍କା କମି ୪୫,୫୩୦ ଟଙ୍କାରୁ ୪୫,୩୨୦ ଟଙ୍କାରେ ଛୁଇଁଛି । ସୁନା ପରି ରୂପା ମୂଲ୍ୟରେ ଏକ ବଡ଼ ଧରଣର ହ୍ରାସ ଘଟିଛି । ରୂପା ମୂଲ୍ୟ ଏକ କେଜି ପ୍ରତି ୬୧୦ ଟଙ୍କା କମି ୪୭,୭୧୦ ଟଙ୍କାରୁ ୪୭,୧୦୦ ଟଙ୍କାରେ ପହଂଚିଛି | ଭାରତ ପରି ବିଶ୍ୱ ବଜାରରେ ବି ସୁନା ମୂଲ୍ୟ ହ୍ରାସ ପାଇଛି । ବିଶ୍ୱ ସ୍ତରରେ ସୁନା ମୂଲ୍ୟ ଆଉନ୍ସ ପ୍ରତି ୧.୩୧ ପ୍ରତିଶତ ବା ୨୨.୮୦ ଡ଼ଲାର ହ୍ରାସ ପାଇଁ ୧୭୧୪.୫୦ ଟଙ୍କାରେ ଟ୍ରେଣ୍ଡ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.