କରୋନା ଯୋଗୁଁ ବଢିଲା ସୁନା ଦର, ଜାଣନ୍ତୁ କେତେ ହେଲା ଦାମ୍

ଚୀନରେ ଦେଖାଦେଇଥିବା ମହାମାରୀ କରୋନା ଯୋଗୁଁ ଏପର୍ଯ୍ୟନ୍ତ ପାଖାପାଖି ୩୦୦୦ ହଜାର ଲୋକ ମୃତ୍ୟୁବରଣ କରିସାରିଲେଣି। ଏହାର ପ୍ରଭାବ ବୈଦ୍ୟୁତିକ ଉପକରଣ ଶିଳ୍ପ ଉପରେ ପଡିଥିବା ବେଳେ ଅନ୍ତର୍ଜାତୀୟ ବଜାରରେ ଆର୍ଥିକ ସଙ୍କଟ ସୃଷ୍ଟି ହୋଇଛି। ଏବେ ସୁନା ଦାମ ୧୦ ଗ୍ରାମ୍‌ ପିଛା ୪୩ ହଜାର ୫୯୩ ଟଙ୍କାରେ ପହଞ୍ଚିଛି।

gold 1

ଗତ ସପ୍ତାହରେ ସୁନା ଦାମ ୪୧ ହଜାର ୭୯୮ ଟଙ୍କାଥିବାବେଳେ ଇତିମଧ୍ୟରେ ଏହା ପୁଣି ବଢ଼ିଛି। ଏଭଳି ଧାରା ଲାଗି ରହିଲେ ମାର୍ଚ୍ଚ-ଏପ୍ରିଲ୍‌ ବେଳକୁ ସୁନା ଦାମ ୧୦ ଗ୍ରାମ ପିଛା ୪୫ ହଜାର ଟଙ୍କା ଟପିବାର ସମ୍ଭାବନା ରହିଥିବା କୁହାଯାଉଛି। କରୋନା ସଂକ୍ରମଣ ଯୋଗୁ ବ୍ୟବସାୟ ସମ୍ପୂର୍ଣ୍ଣ ମାନ୍ଦା ରହିଥିବାବେଳେ ଆମଦାନୀ ରପ୍ତାନୀରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଫଳରେ ଦିନକୁ ଦିନ ସୁନା ଦାମ ବଢ଼ିଚାଲିଛି। ବର୍ଷ ଶେଷ ବେଳକୁ ସୁନା ଦାମ ୧୦ ଗ୍ରାମ ପିଛା ୫୦ ହଜାର ଟଙ୍କା ଟପିବାର ସମ୍ଭାବନା ଥିବା କୁହାଯାଉଛି।