ବ୍ଯାଙ୍କ ଅଫ ମହାରାଷ୍ଟ୍ରରେ ଅଫିସର ହେବାର ସୁବର୍ଣ୍ଣ ସୁଯୋଗ, ଦରମା ମାସକୁ ୧.୯ ଲକ୍ଷ

ବ୍ଯାଙ୍କ ଅଫ ମହାରାଷ୍ଟ୍ରରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ବ୍ଯାଙ୍କ ଅଫ ମହାରାଷ୍ଟ୍ରରେ ଗ୍ରୁପ ଏ ଏବଂ ଗ୍ରୁପ ବିରେ ସ୍ପେଶାଲିଷ୍ଟ ଅଧିକାରୀ ପଦରେ ଭର୍ତ୍ତି ପାଇଁଅନଲାଇନ ଆବେଦନ ଗ୍ରହଣ କରୁଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଯେଉଁମାନେ ଏହି ପଦବୀରେ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ବ୍ଯାଙ୍କ ଅଫ ମହାରାଷ୍ଟ୍ରର ଅଧିକାରକ ୱେବସାଇଟ bankofmaharashtra.in କୁ ଯାଇ ଆପ୍ଲାଏ କରିପାରିବେ। ଏହି ପଦବୀରେ ଆବେଦନ କରିବାର ଶେଷ ତାରିଖ ୧୯ ସେପ୍ଟେମ୍ବର ରହିଛି।

ଏହାଛଡା ପ୍ରାର୍ଥୀ ସିଧାସଳଖ ଲିଙ୍କ https://ibpsonline.ibps.in/bomrcpomay21/ ରେ କ୍ଲିକ କରି ମଧ୍ୟ ଏହି ପଦବୀରେ ଆବେଦନ କରିପାରିବ। ଏହା ସହିତ ଲିଙ୍କ https://www.bankofmaharashtra.in/writereaddata/documentlibrary/eb99a900-aca8-4617-963e-2c55b7e950ad.pdf ଜରିଆରେ ନୋଟିଫିକେସନ ଦେଖିପାରିବେ। ଏହି ଭର୍ତ୍ତି ପ୍ରକ୍ରିୟା ଅଧିନରେ କୃଷି କ୍ଷେତ୍ର ଅଧିକାରୀ, ସିକ୍ଯୁରିଟି ଅପିସର, ଲ ଅଫିସର, HR, ଆଇଟି ସପୋର୍ଟ ଆଡମିନିଷ୍ଟ୍ରେଟର, ପ୍ରଡକ୍ଟ ସପୋର୍ଟ ଇଂଜିନିୟର, ନେଟୱାର୍କ ଆଣ୍ଡ ସିକ୍ଯାରିଟ ଆଡମିନିଷ୍ଟ୍ରେଟର ପଦବୀ ଖାଲିପଡିଛି।

ଜରୁରୀ ତାରିଖ: ଆବେଦନ କରିବାର ତାରିଖ ୧ ସେପ୍ଟେମ୍ବର ୨୦୨୧ରୁ ଆରମ୍ଭ ହୋଇଥିବା ବେଳେ ଆବେଦନ କରିବାର ଶେଷ ତାରିଖ ୧୯ ସେପ୍ଟେମ୍ବର ୨୦୨୧ ରହିଛି।

ପଦବୀ ବିବରଣୀ: ୧୯୦

Agriculture Field Officer ୧୦୦
Law Officer – ୧୦
Security Officer – ୧୦
HR/Personnel Officer – ୧୦
IT Support Administrator – ୩୦
DBA – ୦୩
Windows Administrator – ୧୨
Product Support Engineer – ୦୩
Network & Security Administrator –୧୦
Email Administrator – ୦୨

ଶିକ୍ଷାଗତ ଯୋଗ୍ଯତା: ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ଯତା ନିର୍ଦ୍ଧାରଣ କରାଯାଇଛି।

ବୟସ ସୀମା: AFO ଏବଂ ଆଇଟି ସପୋର୍ଟଆଡମିନିଷ୍ଟ୍ରେଟର ବୟସ ୨୦ରୁ ୩୦ ବର୍ଷ ରହିଥିବା ବେଳେ ଅନ୍ଯ ପାଇଁ ୨୫ରୁ ୩୫ ବର୍ଷ ବୟସ ନିର୍ଦ୍ଧାରଣ କରାଯାଇଛି।

ଆବେଦନ ଶୁକ୍ଳ: ଅଣସଂରକ୍ଷିତ/EWC/OBC ପ୍ରାର୍ଥୀଙ୍କ ପାଇଁ ୧୦୦୦ ଟଙ୍କା ସହିତ ୧୮୦ ଟଙ୍କାର ଜିଏସଟି ଏବଂ ଏସସି/ଏସଟି ପ୍ରାର୍ଥୀ ୧୦୦ ଟଙ୍କା ଏବଂ ୧୮ ଟଙ୍କାର ଜିଏସଟି ଦେବାକୁ ପଡିବ।

ଚୟନ ପ୍ରକ୍ରିୟା: ପ୍ରାର୍ଥୀଙ୍କ ଚୟନ ଅନଲାଇନ ପରୀକ୍ଷା ଆଧାରରେ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.