ବିନା ପରୀକ୍ଷାରେ DTC ରେ କରନ୍ତୁ ଚାକିରି, ମାସକୁ ଦରମା ୪୦ ହଜାରରୁ ଅଧିକ

ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଦିଲ୍ଲୀ ଟ୍ରାନ୍ସପୋର୍ଟ କର୍ପୋରେସନରେ ୩୦୦ରୁ ଅଧିକ ପଦବୀ ଖାଲିପଡିଛି। ଆସିଷ୍ଟାଣ୍ଟ ଇଲେକ୍ଟିସିଆନ, ଆସିଷ୍ଟାଣ୍ଟ ଫିଟର, ଆସିଷ୍ଟାଣ୍ଟ ଫୋରମ୍ୟାନ୍‌ ପଦବୀ ଖାଲିପଡିଛି। ତେଣୁ ଆପଣ ଇଚ୍ଛୁକ ରହିଥିଲେ ତୁରନ୍ତ କରିପାରିବେ ଆବେଦନ। ପ୍ରାର୍ଥୀ ଅଫିସିଆଲ ସାଇଟ୍‌ dtc.delhi.gov.in କୁ ଯାଇ ଅନଲାଇନ ଆବେଦନ କରିପାରିବେ।

ପଦବୀ ବିବରଣୀ : ୩୫୭

ଆସିଷ୍ଟାଣ୍ଟ ଫୋରମ୍ୟାନ୍‌: ୧୧୨

ଆସିଷ୍ଟାଣ୍ଟ ଫିଟର: ୧୭୫

ଆସିଷ୍ଟାଣ୍ଟ ଇଲେକ୍ଟ୍ରିସିଆନ୍‌: ୭୦

ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ୧୧ ମେ ରହିଛି।

ଶିକ୍ଷାଗତ ଯୋଗ୍ୟତା : ଭିନ୍ନ ଭିନ୍ନ ପଦବୀ ପାଇଁ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରଣ କରାଯାଇଛି। ୩ବର୍ଷ ଅଟୋ ମୋବାଇଲ କିମ୍ବା ମେକାନିକାଲ କିମ୍ବା ଇଲେକ୍ଟ୍ରିକାଲ ଇଂଜିନିୟରିରେ ଡିପ୍ଲୋମା କରିଥିବା ଯୋଗ୍ୟ ପ୍ରାର୍ଥୀ ଫୋରମ୍ୟାନ୍‌ ପାଇଁ ଆବେଦନ କରିପାରିବେ।

ସେହିପରି ୩ ବର୍ଷ ଡିପ୍ଲୋମା କରିଥିବା ସିଭିଲ ଇଂଜିନିୟରିଂ କରିଥିବା ପିଲା ସିନିଅର ସେକ୍ସନ ଅଫିସର ପଦବୀ ପାଇଁ ଆବେଦନ କରିପାରିବେ।

ଦରମା : ଆସିଷ୍ଟାଣ୍ଟ ଫୋରମ୍ୟାନ୍‌ ପଦବୀ ପାଇଁ ୪୬,୩୭୪ ଟଙ୍କା ମାସିକ ଥିବା ବେଳେ ଫିଟର ଏବଂ ଇଲେକ୍ଟ୍ରିସିଆନ୍‌ ପଦବୀ ପାଇଁ ୧୭,୬୯୩ ଟଙ୍କା ରହିଛି।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

https://dtc.delhi.gov.in/sites/default/files/Advertisement%20for%20recruitment%20to%20the%20post%20of%20Assistant%20Foreman%2C%20Assistant%20Fitter%20%26%20Assistant%20Electrician%20%28R%26M%29..pdf?ref=inbound_article?ref=inbound_article

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.