ସିବିଏସଇର ବୋର୍ଡ ପରୀକ୍ଷା ପାଇଁ ୨୦୨୩ ସିଲାବସ୍‌ ଘୋଷଣା, ହେବନି ଦଶମ ଓ ଦ୍ୱାଦଶ ଟର୍ମ-୨ ପରୀକ୍ଷା

କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡ ବା ସିବିଏସଇ ୯ମ, ୧୦, ଏକାଦଶ ଏବଂ ଦ୍ୱାଦଶ ପରୀକ୍ଷାକୁ ନେଇ ସିଲାବସ୍‌ ଘୋଷଣା କରିଛି। ଦଶମ ଏବଂ ଦ୍ୱାଦଶ ସିଲାବସ୍‌ ୨ଟି ଟର୍ମରେ ବିଭକ୍ତ ନ ହୋଇ ପରୀକ୍ଷା ଗୋଟିଏ ଏକାଡେମୀ ସେସନରେ ହେବ ବୋଲି ଘୋଷଣା ହୋଇଛି। ଛାତ୍ରଛାତ୍ରୀ ଏବଂ ଶିକ୍ଷକ ସିବିଏସଇର ଅଧିକାରକ େଓ୍ଵବସାଇଟକୁ ଯାଇ ସିଲାବସ୍‌କୁ ଡାଉନଲୋଡ କରିପାରିବେ।

କୋଭିଡ ମହାମାରୀ ଆସିବା ସମୟରେ କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡ ସିଲାବସ୍‌କୁ ୨ ଭାଗରେ ବିଭକ୍ତ କରିଥିଲା ଏବଂ ପିଲାଙ୍କ ପରୀକ୍ଷା ଦୁଇଟି ଟର୍ମରେ ହେବ ବୋଲି କହିଥିଲା। ପ୍ରଥମ ଟର୍ମ ପରୀକ୍ଷା ନଭେମ୍ବର- ଡିସେମ୍ବର ଏବଂ ଦ୍ୱିତୀୟ ଟର୍ମ ପରୀକ୍ଷା ଏପ୍ରିଲ ମେରେ ହେବ ବୋଲି ପୂର୍ବରୁ ଘୋଷଣା ହୋଇଥିଲା। କିନ୍ତୁ ଏବେ ଦୁଇଟି ନୁହେଁ ଗୋଟିଏ ଟର୍ମରେ ପରୀକ୍ଷା ହେବ ବୋଲି ଘୋଷଣା ହୋଇଛି।

ତେବେ ଦିନକୁ ଦିନ କରୋନା ଦେଶରେ ବଢୁଥିବାରୁ ପରୀକ୍ଷାକୁ ଗୋଟିଏ ଟର୍ମରେ କରିବା ପାଇଁ କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡ ନିଷ୍ପତ୍ତି ନେଇଛି। ତେବେ କୋଭିଡ ସଂକ୍ରମଣକୁ ନଜରରେ ରଖି ଛାତ୍ର ତଥା ଅଭିଭାବକମାନେ ହୋମ ସେଣ୍ଟରରେ ପରୀକ୍ଷା କରିବା ପାଇଁ କିମ୍ବା ବୋର୍ଡ ପରୀକ୍ଷାକୁ ସଂପୂର୍ଣ୍ଣ ରୂପେ ବାତିଲ କରିବା ପାଇଁ ଦାବି କରିଥିଲେ।

ବିଦ୍ୟାଳୟର ଅଧ୍ୟକ୍ଷ ମାନେ କହିଛନ୍ତିକି ଗୋଟେ ପଟେ କରୋନା ମାମଲା ବଢି ଚାଲିଥିବାବେଳେ ଅନ୍ୟପକ୍ଷରେ ହୋମ ସେଣ୍ଟରରେ ପରୀକ୍ଷା ଆୟୋଜନକୁ ନେଇ ସମ୍ଭାବନା ବଢିଚାଲିଛି । ଏହା ପୂର୍ବରୁ ଦିଲ୍ଲୀ ସମେତ ଏନସିଆର ଅଂଚଳ ଯେମିତିକି ଗୁରଗାଓଁ, ନୋଏଡା, ୟୁପି, ମହାରାଷ୍ଟ୍ର, କେରଳ, ଗୁଜୁରାଟରେ ମାତ୍ରାଧିକ ଛାତ୍ର ପଜିଟିଭ ଚିହ୍ନଟ ହେଉଛନ୍ତି ।

https://cbseacademic.nic.in/curriculum_2023.html

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.