୧୦ମ ପାସଙ୍କ ପାଇଁ ଭାରତ ସରକାର ଅଧିନରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ, ଆଜି ହିଁ କରନ୍ତୁ ଆବେଦନ

୧୦ମ ପାସ ଯୁବପିଢିଙ୍କ ପାଇଁ ଭାରତ ସରକାରଙ୍କ ଅନେକ ମନ୍ତ୍ରଣାଳୟରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। କର୍ମଚାରୀ ଚୟନ ଆୟୋଗର ମଲ୍ଟି ଟାସ୍କିଂ ଷ୍ଟାଫ ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ।

ଏହି ପଦବୀରେ ଭର୍ତ୍ତି ପାଇଁ ଲିଖିତ ପରୀକ୍ଷା ଜୁଲାଇ ୧ ତାରିଖରେ କରାଯିବ। ସେହିଭଳି ଲିଖିତ ପରୀକ୍ଷାରେ ପାସ୍ ହେବା ପରେ ପ୍ରାର୍ଥୀଙ୍କୁ ସ୍କିଲ ଟେଷ୍ଟ ଦେବାକୁ ହେବ। ପଂଜିକରଣ ଶୁକ୍ଳ ଜମା କରିବାର ଶେଷ ତାରିଖ ୨୩ ମାର୍ଚ୍ଚ ରହିଛି। ଇଚ୍ଛୁକ ପ୍ରାର୍ଥୀ https://ssc.nic.in/ କୁ ଯାଇ ଆବେଦନ କରିପାରିବେ। ଅଧିକ ଜାଣିବା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ।
https://ssc.nic.in/SSCFileServer/PortalManagement/UploadedFiles/notice

ଜରୁରୀ ତାରିଖ: ୨୧ ମାର୍ଚ୍ଚ ୨୦୨୧

ଶିକ୍ଷାଗତ ଯୋଗ୍ଯତା: ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ଯତାପ୍ରାପ୍ତ ବୋର୍ଡରୁ ମାଟ୍ରିକ ପରୀକ୍ଷା କରିଥିବା ଆବଶ୍ଯକ।

job

ଆବେଦନ ଶୁଳ୍କ: ସାଧାରଣ ବର୍ଗ ପ୍ରାର୍ଥୀଙ୍କ ପାଇଁ ୧୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ରହିଥିବା ବେଳେ ମହିଳା ଏବଂ ଅନୁସୂଚିତ ଜାତି ଏବଂ ଜନଜାତି, ଭିନ୍ନକ୍ଷମ, ପୂର୍ବତନ ସୈନିକଙ୍କ ପାଇଁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.