ରାଉରକେଲା ଏନଆଇଟି ୧୮ତମ ସମାବର୍ତ୍ତନ ଉତ୍ସବରେ ଦେଲେ ଯୋଗରାମନାଥ କୋବିନ୍ଦ, ଆସନ୍ତାକାଲି ପୁରୀ ଯାତ୍ରା

ରାଉରକେଲା(କେନ୍ୟୁଜ୍):  ରାଉରକେଲାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ  ରାଉରକେଲା ଏୟାରପୋର୍ଟରେ ପହଞ୍ଚିଥିଲେ। ସେଠାରୁ ଯାଇ ଏନଆଇଟି ୧୮ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇଛନ୍ତି। ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଛନ୍ତି। ପରେ ରାଉରକେଲା ସୁପର ସ୍ପେଶାଲିଟି ହସପିଟାଲର ଲୋକାର୍ପଣ କରିଛନ୍ତି ।

ଅପରାହ୍ନରେ ରାଉରକେଲା ସୁପର ସ୍ପେଶାଲିଟି ହସପିଟାଲର ଲୋକାର୍ପଣ କରିଛନ୍ତି ।  ଏଥିପାଇଁ ସୁରକ୍ଷା ଦାୟିତ୍ୱରେ ଅଛନ୍ତି ୪୦ପ୍ଲାଟୁନ ପୋଲିସ ଫୋର୍ସ ।  ରାଉରକେଲା ଗସ୍ତ ସାରି ଆଜି ରାଷ୍ଟ୍ରପତି ଭୁବନେଶ୍ୱର ଫେରି ଆସିଛନ୍ତି । ରାଜଭବନରେ ରାତ୍ରୀ ଯାପନ ପରେ ଆସନ୍ତାକାଲି ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ପୁରୀ ଯାତ୍ରା କରିବେ ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.