Below header

ଚୋରି କରିବାକୁ ଆସିଥିଲା ଚୋର, କିନ୍ତୁ ସବୁ ମାରିଗଲା ଫେଲ୍, ଆଉ ମୁଣ୍ଡ ଫସିଗଲା ରେଲିଂରେ

ଚୋରି କରିବାକୁ ଯିବା ବେଳେ ଚୋର ପୂର୍ବରୁ ସବୁକିଛି ଋଣକୌଶଳକୁ ଠିକ୍ ଭାବେ ଆପଣାଇଥାଏ। ଚୋରି କରିବା ପରେ ଯେମିତି ସେ ଫସିନଯାଉ। ଆଉ ଫସିଗଲେ ତା ଅବସ୍ଥା କ’ଣ ହେବ ସେ ଜାଣିଥାଏ। କିନ୍ତୁ ଏହି ଚୋର ସହିତ ଯାହା ଘଟିଛି, ତାହା ବିଷୟରେ ଜାଣିଲେ ଆପଣ ଏହି ଚୋର ଉପରେ ଦୟା ହିଁ କରିବେ। ଏମିତି ଏକ ଘଟଣା ସାମ୍ନାକୁ ଆସିଛି ମେକ୍ସିକୋରେ । ଏଠାରେ ଜଣେ ଚୋର ଘରେ ଚୋରି କରିବାକୁ ପସିଥିବା ବେଳେ ତାର ମୁଣ୍ଡ ରେଲିଂରେ ଫସି ଯାଇଥିଲା । ଆଉ ସବୁ ଫେଲ୍ ମାରିଗଲା । ବଡ ସମସ୍ୟାର ସମ୍ମୁଖୀନ ହୋଇ ଧରା ପଡିଲା ।

ସୂଚନାନୁସାରେ, ମେକ୍ସିକୋର ମୋରେଲିଆରେ ଗତ ସପ୍ତାହରେ ଏହି ଘଟଣା ସାମ୍ନାକୁ ଆସିଥିଲା । ଏଠାରେ ଏକ ଚୋର ଚୋରି କରିବା ଉଦ୍ଦେଶ୍ୟରେ ଜଣଙ୍କ ଘରେ ପସିଥିଲା । ତେବେ ଘର ବାହାରେ ସୁରକ୍ଷା ପାଇଁ ବଡ ବଡ ରେଲିଂ କରାଯାଇଥିଲା । ଏଥିରେ ଚଢି ଚୋରଟି ଘରେ ପସିବାକୁ ଚେଷ୍ଟା କରୁଥିଲା ।

maxico
photo credit: Daily mail

ଏହା ଭିତରେ ଚୋରର ଗୋଡଟି ଖସି ଯାଇଥିଲା । ଏପରିକି ସେ ରେଲିଂରେ ମୁଣ୍ଡ ଫସି ଯାଇଥିଲା । ଚୋରର ମୁଣ୍ଡ ତିନି ଘଣ୍ଟା ଧରି ରେଲିଂରେ ଅଟକି ରହିଥିଲା। ସେଠାରେ ଚୋର ୩ ଘଣ୍ଟା ପର୍ଯ୍ଯନ୍ତ ଲଟକି ରହିଥିଲା। ଚୋରକୁ ସେଠାରେ ଫସି ରହିଥିବା ଦେଖି ଲୋକମାନେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ପହଁଚି ୨ ଘଣ୍ଟା ପରିଶ୍ରମ କରି ଚୋରକୁ ଉଦ୍ଧାର କଲା।

ସେଠାରେ ଉପସ୍ଥିତ ଲୋକେ ଚୋରଟିର ଭିଡିଓ ରେକର୍ଡିଂ କରିଥିଲେ । ଯାହା ପରେ ଭାଇରାଲ ହୋଇଛି । ତେବେ ପୋଲିସ ମେଟାଲ୍ କଟର୍ ସାହାଯ୍ୟରେ ରଡ୍ କାଟି ଚୋରକୁ ଉଦ୍ଧାର କରିବା ପରେ ଗିରଫ କରିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.