ବିନା ପରୀକ୍ଷାରେ କରନ୍ତୁ ରେଲୱେ ଚାକିରି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଳବାଇରେ ଚାକିରି ଖୋଜୁଥିବା ଯବୁପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ବିନା ପରୀକ୍ଷାରେ ରେଳବାଇ ଚାକିରି କରିବାର ସୁଯୋଗ ଦେଉଛି। ଏଥିପାଇଁ ନୋଟିଫିକେସନ ଜାରି କରିଛି ଭାରତୀୟ ରେଳବାଇ। ଏଠାରେ ସିନିଅର ଏବଂ ଜୁନିଅର ଟେକ୍ନିକାଲ ଆସିଷ୍ଟାଣ୍ଟ ପଦବୀ ପାଇଁ କେବଳ ଇଣ୍ଟରଭ୍ୟୁ ମାଧ୍ୟମରେ ହେବ ନିଯୁକ୍ତି।

ପଦବୀ ବିବରଣୀ: ୧୪

ସିନିଅର ଟେକ୍ନିକାଲ ଆସିଷ୍ଟାଣ୍ଟ : ୭

ଜୁନିଅର ଟେକ୍ନିକାଲ ଆସିଷ୍ଟାଣ୍ଟ: ୭

ଜରୁରୀ ତାରିଖ : ଇଣ୍ଟରଭ୍ୟୁ ହେବାର ତାରିଖ ମଇ ୧୧, ୧୩, ୧୪ରେ ହେବ।

ଶିକ୍ଷାଗତ ଯୋଗ୍ୟତା: ଆବେଦନ କରୁଥିବା ପ୍ରାର୍ଥୀ ଇଂଜିନିୟରିଂ ଡିଗ୍ରୀ BE/B.tech(Civil) କରିଥିବା ଜରୁରୀ। ସିଭିଲ କନଷ୍ଟ୍ରକ୍ସନPSU ରେଲେଓ୍ଵ କିମ୍ବା ଅଭିଜ୍ଞତା ଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ।

ବୟସ ସୀମା: ସିନିଅର ଟେକ୍ନିକାଲ ଆସିଷ୍ଟାଣ୍ଟ ପୋଷ୍ଟ ପାଇଁ ପ୍ରାର୍ଥୀଙ୍କ ବୟସ ସର୍ବାଧିକ ୩୦ ବର୍ଷ ଏବଂ ଜୁନିଆ ଟେକ୍ନିକାଲ ଆସିଷ୍ଟାଣ୍ଟ ପୋଷ୍ଟ ପାଇଁ ସର୍ବାଧିକ ୨୫ ବର୍ଷ ହୋଇଥିବା ଜରୁରୀ।

Railway
Pictures Credit- aajtak

ଚୟନ ପ୍ରକ୍ରିୟା : ଏହି ପଦବୀ ପାଇଁ ଚୟନ ବିନା କୌଣସି ପରୀକ୍ଷାରେ ହେବ। କେବଳ ଇଣ୍ଟରଭ୍ୟୁ ଦ୍ୱାରା ପ୍ରାର୍ଥୀଙ୍କୁ ଚୟନ କରାଯିବ। ଆବେଦନ କରିଥିବା ପ୍ରାର୍ଥୀଙ୍କ ଚୟନ ଇଣ୍ଟରଭ୍ୟୁ ପାଇଁ ସକାଳ ୯.୩୦ରୁ ୧.୩୦ ମଧ୍ୟରେ ହେବ।

ଇଣ୍ଟରଭ୍ୟୁ ହେବାର ଠିକଣା : USBLR Project Headquarters, Konkan Railway Corporation Limited, Satyam Complex, Marble Market, Extn- Trikuta Nagar, Jammu, Jammu & Kashmir (UT) Pin 180011

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

https://konkanrailway.com/pages/viewpage/vacancy

https://konkanrailway.com/pages/viewpage/current_notifications

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.