Below header

ଗୁଗୁଲକୁ ହେଲା ୨୦ ବର୍ଷ, ଆସନ୍ତୁ ଜାଣିବା କିପରି ହେଲା ସେଲିବ୍ରେସନ

ଗୁଗୁଲ ନିଜର ୨୦ତମ ଜନ୍ମଦିନ ପାଳିତ କରି ଏକ ଖାସ ଡୁଡୁଲ ପ୍ରସ୍ତୁତ କରିଛି। ଏହି ଡୁଡୁଲରେ କ୍ଲିକ କରିବା ପରେ ଗୁଗୁଲ ଆପଣଙ୍କୁ ଗୋଟିଏ ମିନିଟ ୩୭ ସେକେଣ୍ଡର ଭିଡିଓ ଦେଖେଇବ। ସେଥିରେ ଆପଣଙ୍କୁ ଗୁଗୁଲର ବିଗତ ୨୦ ବର୍ଷର ଯାତ୍ରା ଦେଖିବାକୁ ମିଳିବ। ଏଥିରେ ଆପଣଙ୍କର ସବୁ ପୁରୁଣା ସ୍ମ୍ରୁତି ମନେ ପଡିଯିବ।

ଏହା ସହ ପଢ଼ନ୍ତୁ : ଜାଣିଛନ୍ତି କି ଗୁଗୁଲରେ ‘ପପ୍ପୁ’ ଓ ‘ଫେକୁ’ କିଏ ?

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଆଜକୁ ୨୦ ବର୍ଷ ପୂର୍ବରୁ ୧୯୯୮ରେ ସ୍ଟେନଫୋର୍ଡ ୟୁନିଭର୍ସିଟି ଦୁଇ ପିଏଚଡି ଛାତ୍ର ଲୈରୀ ପେଜ ଏବଂ ସର୍ଗୀ ବ୍ରିନ ଗୁଗୁଲ ସର୍ଚ୍ଚ ଇଞ୍ଜିନକୁ ଲଞ୍ଚ କରିଥିଲେ। ଏହାର ଲକ୍ଷ ଥିଲାଯେ ଲୋକମାନେ ଦୁନିଆର ସମସ୍ତ ସୂଚନା ଲୋକଙ୍କ ପାଖରେ ପହଁଞ୍ଚାଇବାର ଥିଲା।

google

୧୯୦ ଦେଶରେ ଉପଲବ୍ଧ ଗୁଗୁଲ ସର୍ଚ୍ଚ ଇଞ୍ଜିନ

ବର୍ତ୍ତମାନ ଯେକୌଣସି ସୂଚନା ପାଇଁ ଲୋକମାନେ ଗୁଗୁଲ ସର୍ଚ୍ଚ ଇଞ୍ଜିନର ବ୍ୟବହାର କରିଥାନ୍ତି। ଏହା ଲୋକଙ୍କର ଦୈନନ୍ଦିନ ଜୀବନର ଗୁରୁତ୍ବପୂର୍ଣ୍ଣ ଅଂଶ ହୋଇଗଲାଣି। ଏହା ୧୯୦ରୁ ଅଧିକ ଦେଶରେ ଉପଲବ୍ଧ। ଏହା ୫୦ରୁ ଅଧିକ ଭାଷାରେ ସର୍ଭିସ ଦେଉଛି। ଗୁଗୁଲ ସମୟ ବ୍ୟବଧାନରେ ଏହି ସର୍ଚ୍ଚ ଇଞ୍ଜିନରେ ନୂଆ ନୂଆ ସୂଚନା ଅପଡେଟ କରିଥାଏ। ଆଗକୁ ମଧ୍ୟ ଗୁଗୁଲ ଆହୁରି ଅଧିକ ଉପକ୍ରୁତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.