ସୁପ୍ରିମକୋର୍ଟ ଦେଲେ ନିର୍ଦ୍ଦେଶ, କାର୍ଯ୍ୟବନ୍ଦ ଆନ୍ଦୋଳନରୁ ଓହରି ଆସ

ଭୁବନେଶ୍ବର (କେନ୍ଯୁଜ୍) : ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏସନକୁ କାର୍ଯ୍ୟବନ୍ଦ ଆନ୍ଦୋଳନରୁ ଓହରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ସେହିପରି ସମର୍ଥନ କରୁଥିବା ଅନ୍ୟ ଓକିଲ ସଂଗଠନଗୁଡ଼ିକୁ ମଧ୍ୟ ଆନ୍ଦୋଳନରୁ ବିରତ ରହିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କାର୍ଯ୍ୟ ସ୍ୱାଭାବିକ କରିବାକୁ କୁହାଯାଇଛି । ସେହିପରି କ୍ରାଇମବ୍ରାଞ୍ଚ IGଙ୍କୁ ମାମଲାର ତଦନ୍ତ ଭାର ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଅଭିଜିତ ଆୟର ମିତ୍ରଙ୍କ ରିଟ୍‌ ପିଟିସନ ଉପରେ ଶୁଣାଣି ବେଳେ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

supreme-court2

ସେପଟେ ପୋଲିସର ମାଡ଼ ପ୍ରତିବାଦରେ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି । ଆଜି ତୃତୀୟ ଦିନ ପାଇଁ କଟକର ସରକାରୀ ଦପ୍ତରଗୁ଼ଡ଼ିକୁ ପିକେଟିଂ କରି ବନ୍ଦ କରିଛନ୍ତି ଆଇନଜୀବୀ । ତେବେ ଚାନ୍ଦିନୀଚୌକିରେ ଥିବା ବ୍ୟାଙ୍କ ଓ ସରକାରୀ ଟ୍ରେଜେରୀକୁ ବନ୍ଦରୁ ବାଦ୍‌ ଦିଆଯାଇଛି । ନୂଆବଜାର ଓଭରବ୍ରିଜ ନିକଟରେ ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ପୋଲିସ ମାଡ଼ ଘଟଣାରେ ହୋମଗାର୍ଡ କିଶୋର ଜେନା ଓ ଅନ୍ୟତମ ଅଭିଯୁକ୍ତ ଦିଲ୍ଲୀପ ସିଂଙ୍କୁ ମଙ୍ଗଳବାର କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ଏମାନେ ଜାମିନରେ ଖଲାସ ହୋଇଛନ୍ତି । କିନ୍ତୁ ଏଥିରେ ସନ୍ତୁଷ୍ଟ ହୋଇନାହାନ୍ତି ଆଇନଜୀବୀ । ଆକ୍ରମଣ ପ୍ରତିବାଦରେ ଗତ ୨୯ ତାରିଖରୁ ଆଇନଜୀବୀମାନେ ଆନ୍ଦୋଳନ ଜାରି ରଖିଛନ୍ତି ।

କଟକରେ ଆଇନଜୀବୀଙ୍କୁ ମାଡ଼ ପ୍ରତିବାଦରେ ବାଙ୍କୀ ବାର ଆସୋସିଏସନ ପକ୍ଷରୁ କୋର୍ଟରେ କାଯ୍ୟର୍ବନ୍ଦ ଆନ୍ଦୋଳନ ଜାରି ରହିଛି । ବାଙ୍କୀ ଉପଖଣ୍ଡର ଦୁଇଟି ବ୍ଳକ, ତହସିଲ, ସବରେଜିଷ୍ଟାର କାର୍ଯ୍ଯଳୟ ଆଗରେ ପିକେଟିଂ କରି ଆଇନଜୀବୀମାନେ କାଯ୍ୟର୍ବନ୍ଦ କରିଛନ୍ତି । ଫଳରେ ସମସ୍ତ କାର୍ଯ୍ଯଳୟ ବନ୍ଦ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.