Below header

୬୬ତମ ପୋଲିସ୍ ଡ଼୍ଯୁଟି ମିଟ୍ ଉଦଘାଟିତ

କଟକ(କେନ୍ଯୁଜ୍) : କଟକ ବକ୍ସି ବଜାର ରିଜର୍ଭ ପୋଲିସ ପଡିଆଠାରେ ଓଡିଶା ପୋଲିସର ୬୬ତମ ପୋଲିସ ବୃତ୍ତିଗତ ପ୍ରତିଯୋଗିତା ଉଦଘାଟିତ ହୋଇଛି । ଏହାକୁ ଉଦଘାଟନ କରିଛନ୍ତି ଗୁଇନ୍ଦା ନିର୍ଦ୍ଦେଶକ ସୁନିଲ କୁମାର ରାୟ । ଏହି ବୃତ୍ତିଗତ ପ୍ରତିଯୋଗିତାରେ ରାଜ୍ୟର ୧୯୫ଜଣ ପ୍ରତିଯୋଗୀ ଓ ୨୧ଟି କେ-ନାଇନ୍‌ କୁକୁର ଅଂଶ ଗ୍ରହଣ କରିଛନ୍ତି । ପ୍ରତିଯୋଗୀଙ୍କ ମଧ୍ୟରେ ୪୦ଜଣ ଇନସ୍ପେକ୍ଟର, ୪୨ଜଣ ସବ ଇନସ୍ପେକ୍ଟର, ୪୮ଜଣ ଏଏସଆଇ ଓ ୬୫ଜଣ କନେଷ୍ଟବଳ ଯୋଗ ଦେଇଛନ୍ତି । ୩ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଫଟୋଗ୍ରାଫି, ଆଙ୍ଗୁଳିଛାପ, ବୈଜ୍ଞାନିକ ପଦ୍ଧତିରେ ଅନୁସନ୍ଧାନ, କମ୍ପ୍ୟୁଯର ଜ୍ଞାନ କୌଶଳ ଦକ୍ଷତା ଆଦି ବିଭିନ୍ନ ପ୍ରତିଯୋଗିତା କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.