ସୁନ୍ଦର ଚେହେରା ତଳେ ଭୟଙ୍କର ରୂପ, ୩୦ ଜଣ ମଣିଷଙ୍କୁ ମାରି ଖାଇଛନ୍ତି ଏଇ ମହିଳା

ମସ୍କୋ : ଫଟୋରେ ଥିବା ଏଇ ଚେହେରାକୁ ଦେଖି ଆପଣଙ୍କୁ କଣ ଲାଗୁଛି । ସୁନ୍ଦରୀ ମହିଳା ଜଣକ ବିଷୟରେ ନିଶ୍ଚୟ କିଛି ସକାରାତ୍ମକ ଚିନ୍ତାଧାରା ଆସିବ ନିଶ୍ଚୟ । ହେଲେ ମଣିଷ କିଭଳି ପଶୁ ପାଲଟି ଯାଏ, ପଶୁ ତ ନୁହେଁ ତା ଠାରୁ ଆହୁରି ଭ୍ରୟଙ୍କର ଓ ହିଂସ୍ର ତାର ଉଦାହରଣ ହେଉଛନ୍ତି ଏଇ ମହିଳା ନାତାଲିଆ ବାକସିଭା । ଏହି ରୁଷୀୟ ମହିଳା ଯେତିକି ସୁନ୍ଦର ତାଙ୍କ କାରନାମା ସେତିକି କୁତ୍ସିତ । ମଣିଷ ମାରିବାରେ ଏକଦମ ସିଦ୍ଧହସ୍ତ । ଖାଲି ମାରନ୍ତିନି ମଣିଷ ମାଂସ ଖାଆନ୍ତି । ପ୍ରାୟ ୩୦ ଜଣଙ୍କୁ ମାରି ସେ ମାଂସ ଖାଇଥିବା ଜଣାପଡ଼ିଛି । ଏଭଳି ଭୟାନକ ମହିଳାଙ୍କ ବିଷୟରେ ଏବେ ଜଣାପଡ଼ିଛି ।

ପୋଲିସ୍ ତାଙ୍କ ବିଷୟରେ ଜାଣିବା ପରେ ତଦନ୍ତ କରି ତାଙ୍କ ରୋଷେଇ ଘର ଫ୍ରିଜରୁ ମଣିଷର କିଛି ସିଝା ଓ କଞ୍ଚା କଟା ମାଂସ ଜବତ କରିଛି ।  ପୋଲିସ୍ ହାତରେ ଧରାପଡ଼ିବା ପୂର୍ବରୁ ନାତାଲିଆ ତାଙ୍କ ପରିଚାରିକା ଏଲିନା ଭାସରୁସେଭାଙ୍କୁ ହତ୍ୟା କରିଥିଲେ । ଗୋଟିଏ ଜାର୍ ଭର୍ତ୍ତି ମଣିଷ ମାଂସ ତାଙ୍କ ଘରୁ ଜବତ ହୋଇଛି । ଏହି କଟା ମାଂସ ଏଲିନାଙ୍କର ବୋଲି ପୋଲିସ୍ କହିଛି । ନିଜ ସ୍ବାମୀଙ୍କ ଦ୍ବାରା ନାତାଲିଆ ତାଙ୍କର ପରିଚାରିକା ଏଲିନାଙ୍କୁ ହତ୍ୟା କରିଥିଲେ । ତାଙ୍କ ସ୍ବାମୀ ଏଲିନାଙ୍କୁ ଛୁରୀ ଭୁସି ହତ୍ୟା କରିଥିଲେ । ପରେ ନାତାଲିଆ ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ସେ ସବୁ ସହିତ ସେଲଫି ଉଠାଇଥିଲେ । ରୁଷିଆର କ୍ରାସନୋଦରରେ ଏହି ଘଟଣା ଘଟିବା ପରେ ଗତ ବର୍ଷ ଅକଟୋବର ମାସରେ ପୋଲିସ୍ ସେମାନଙ୍କୁ ଗିରଫ କରାଯାଇଥିଲା ।

NATALIA-2

ଏବେ ନାତାଲିଆଙ୍କୁ ୪୩ ବର୍ଷ ବୟସ । ଗତ ୩୦ ବର୍ଷ ମଧ୍ୟରେ ସେ ୩୦ ଜଣ ମଣିଷଙ୍କୁ ମାରି ସେମାନଙ୍କ ମାଂସ ଖାଇଥିବା ସ୍ବୀକାର କରିଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ମହିଳା । ଅନଲାଇନ୍ ଡେଟିଂ କରି ସେମାନଙ୍କୁ ଶିକାର କରୁଥିଲେ ସ୍ବାମୀ ସ୍ତ୍ରୀ । ଯଦି ସିରିୟଲ କିଲର ନାତାଲିଆ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ୧୫ ବର୍ଷ ଜେଲ୍ ଦଣ୍ଡ ଭୋଗିବେ । ତେବେ ସମସ୍ତେ ଆଶ୍ଚର୍ଯ୍ୟ ଯେ ମଣିଷ ମାଂସ ଖାଇବାର ପ୍ରବୃତ୍ତି ନାତାଲିଆଙ୍କ ଭିତରେ ଆସିଲା କେମିତି ?

NATALIA-3

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.