Google କର୍ମଚାରୀମାନଙ୍କୁ ଦେଲା ସପ୍ତାହରେ ୩ ଦିନର weekly off, ଏହି କାରଣରୁ ନେଲା ନିଷ୍ପତ୍ତି

ବିଶ୍ୱର ପ୍ରମୁଖ ଟେକ କମ୍ପାନୀ ଗୁଗୁଲ ନିଜ କର୍ମଚାରୀମାନଙ୍କୁ ସପ୍ତାହକୁ ୩ ଦିନ weekly off ଦେବାକୁ ଘୋଷଣା କରିଛି। ଏବେ ସାରା ବିଶ୍ୱରେ କାମ କରୁଥିବା କମ୍ପାନୀର ସମସ୍ତ କର୍ମଚାରୀଙ୍କୁ ଶୁକ୍ରବାରଠାରୁ ରବିବାର ପର୍ଯ୍ୟନ୍ତ ଅଫ ମିଳିବ ଏବଂ ସୋମବାରଠାରୁ ଗୁରୁବାର ପର୍ଯ୍ୟନ୍ତ କାମ କରିବାକୁ ପଡ଼ିବ। କରୋନା ଭାଇରସକୁ ନଜରରେ ରଖି କମ୍ପାନୀ ଏହି ନିଷ୍ପତ୍ତି ନେଇଛି।

xz

କମ୍ପାନୀର ଏହି ପଦକ୍ଷେପ ଯୋଗୁ କର୍ମଚାରୀମାନଙ୍କ ଉପରେ କାମର ବୋଝ କମ ରହିବ। କମ୍ପାନୀ ତରଫରୁ କର୍ମଚାରୀମାନଙ୍କ ପାଇଁ ଏକ ଇଣ୍ଟରନାଲ ମେସେଜ ମଧ୍ୟ ଜାରି କରାଯାଇଛି। ଏଥିରେ କୁହାଯାଇଛି କି, ୱାର୍କ ଫ୍ରମ ହୋମ କାରଣରୁ କର୍ମଚାରୀଙ୍କ କାମର ସମୟ ସୀମା ମଧ୍ୟ ବୃଦ୍ଧି କରାଯାଇଛି। ଏଥିପାଇଁ ମ୍ୟାନେଜରମାନଙ୍କୁ ନିଜ ଟିମକୁ ସପୋର୍ଟ କରିବା ପାଇଁ କୁହାଯାଇଛି।

dd

ଆଉ ମଧ୍ୟ କୁହାଯାଇଛି ଯେ ଏହି ନୂଆ ବ୍ୟବସ୍ଥା ଯୋଗୁ ପ୍ରତ୍ୟେକ କର୍ମଚାରୀଙ୍କର କାମ ପ୍ରତି ଦାୟିତ୍ୱବୋଧ ରହିବା ଉଚିତ। ତେବେ ଯଦି କେହି କର୍ମଚାରୀଙ୍କୁ ଶୁକ୍ରବାର କିମ୍ବା ରବିବାର କାମ କରିବାକୁ ପଡେ, ତା’ହେଲେ ସେମାନଙ୍କୁ ସୋମବାର weekly off ଦିଆଯିବ। କମ୍ପାନୀ ଏହା ମଧ୍ୟ ସ୍ପଷ୍ଟ କରିଛି କି, ଟେକ୍ନିକାଲ ପର୍ସନ ଶୁକ୍ରବାର ଅଫ ନେଇପାରିବେ ନାହିଁ। Googleର ଏହି କାର୍ଯ୍ୟଧାରା ଇଣ୍ଟରନେଟରେ ଖୁବ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି। ଅନ୍ୟ ଅଫିସର କର୍ମଚାରୀମାନେ ସେମାନଙ୍କ କମ୍ପାନୀ ଏହିଭଳି ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.