କେନ୍ଦ୍ର ସରକାର ‘କିଷାନ ବିକାଶ ଯୋଜନା’ରେ ଆଣିଲେ ପରିବର୍ତ୍ତନ, ଏଣିକି ୯.୫ ବର୍ଷରେ ଦୁଇଗୁଣା ହେବ ଟଙ୍କା

କେନ୍ଦ୍ର ସରକାର ୨୦୧୪ ମସିହାରେ ଜାରି କରାଯାଇଥିବା ‘କିଷାନ ବିକାଶ ପତ୍ର ଯୋଜନା’ ରେ ଏକ ବଡ ପରିବର୍ତ୍ତନ ଆଣିଛନ୍ତି । ଏହି ନୂଆ ନିୟମ ଅନୁସାରେ ଯଦି କୌଣସି ବ୍ୟକ୍ତି ୫୦ ହଜାର ଟଙ୍କା ଜମା କରନ୍ତି, ତେବେ ୨୦୨୯ ମସିହା ଜୁନ ମାସରେ ହିଁ ଏହି ଟଙ୍କା ଦ୍ୱିଗୁଣିତ ହୋଇଯିବ । ଅର୍ଥାତ ୯.୫ ବର୍ଷରେ ଜମା ହୋଇଥିବା ଅର୍ଥରାଶି ଦୁଇ ଗୁଣ ହେବ । କେବିପିରେ କୌଣସି ବ୍ୟକ୍ତିଙ୍କୁ ଅତି କମରେ ଏକ ହଜାର ଟଙ୍କା ଜମା କରିବାକୁ ପଡିବ । ଆଉ ନିବେଶ ହୋଇଥିବା ଅର୍ଥ ୧୦୦ ଅଙ୍କର ଗୁଣା ହିଁ ହେବା ଦରକାର । ଅନ୍ୟ ପକ୍ଷରେ ଏଥିରେ ନିବେଶ ପାଇଁ କୌଣସି ସର୍ବାଧିକ ସୀମା ରଖାଯାଇନାହିଁ । ଏଥିରେ କୌଣସି ବ୍ୟକ୍ତି ଏକରୁ ଅଧିକ ଖାତା ମଧ୍ୟ ଖୋଲି ପାରିବେ ।

post office

ନୂଆ ନିୟମ ଅନୁଯାୟୀ ମାଚ୍ୟୁରୀଟି ପରେ ନିବେଶକଙ୍କୁ ଜମା ରାଶିର ଦୁଇ ଗୁଣ ଟଙ୍କା ମିଳିଯିବ । ମାଚ୍ୟୁରୀଟି ପରେ ଗ୍ରାହକ ମାନଙ୍କୁ ଏକ ଫର୍ମ ଭରିବା ପାଇଁ ପଡିବ । ଏହାପରେ ଲୋକଙ୍କ ଟଙ୍କା ସେମାନଙ୍କ ଜମା ଖାତାରେ ଟ୍ରାନ୍ସଫର କରି ଦିଆଯିବ । ବର୍ତ୍ତମାନ ସମୟରେ କେବିପିକୁ ଭାରତ ସରକାର ଛୋଟ ବଚନ ଯୋଜନା ଅଧୀନରେ ହିଁ ଚଳାଉଛନ୍ତି । ଏଥିରେ ମିଳୁଥିବା ସୁଧର ପରିମାଣ ପ୍ରତି ୩ ମାସରେ ଥରେ ପରିବର୍ତ୍ତନ ହୋଇଥାଏ । ବର୍ତ୍ତମାନ ସମୟରେ କିନ୍ତୁ ଏହି ଯୋଜନାରେ ୭.୬ ପ୍ରତିଶତ ସୁଧ ରାଶି ମିଳୁଅଛି । ଆହୁରି ମଧ୍ୟ କିଷାନ ପତ୍ରକୁ ଦେଶର ଯେକୌଣସି ଡାକଘରେ କିଣା ଯାଇପାରିବ । ଏମିତିକି ଛୋଟ ପିଲାଙ୍କ ନାଁରେ ବି ଏହି ପତ୍ରକୁ କିଣାଯାଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.