Below header

ଏବେ ପାସୱାର୍ଡ଼ ଚୋରି ହେଲେ ଗୁଗଲ କରିବ ଆଲର୍ଟ, ଡାଉନଲୋଡ଼ କରନ୍ତୁ ଏହି ଆପ ଆଉ ରହିବନି ଡାଟା ଲିକ ହେବାର ଭୟ

ଦିନକୁ ଦିନ ଦୁନିଆ ଯେତେ ମାତ୍ରାରେ ଡିଜିଟାଲ ହେବାରେ ଲାଗିଛି ଲୋକମାନଙ୍କ ଡାଟା ସେତେ ଅସୁରକ୍ଷିତ ହେବାରେ ଲାଗିଛି । ଆଜିକାଲି ଖୁବ କମ ଲୋକଥିବେ ଯେଉଁମାନଙ୍କର ଡାଟା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ହୋଇ ରହିଥିବ । ଫେସବୁକ ହେଉ କିମ୍ବା ଟ୍ୱିଟର ଅଥବା ହ୍ଵାଟ୍ସଆପ ପ୍ରତ୍ୟେକ ପ୍ଲାଟଫର୍ମରେ ନିଜ ଡାଟା ଲିକ ହେବାର ସମ୍ଭାବନା ରହିଛି । ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ କିପରି ଜାଣିବେ ଆପଣଙ୍କ ଡାଟା ଲିକ ହେଉଛି କି ନାହିଁ । ଯଦି ଆପଣ ଜାଣିନାହାନ୍ତି ତାହେଲେ ଆସନ୍ତୁ ଜାଣିବା ଏ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ।

Image result for how-to-use-google-password-manager-to-be-safe-on-internet-know-full-process

ଲଗାତାର ଡାଟା ଲିକ ହେଉଥିବା କାରଣରୁ ଗୁଗଲ ବର୍ତ୍ତମାନ ଏକ ନୂଆ ସର୍ଭିସ ଆରମ୍ଭ କରିବାକୁ ଯାଉଛି ଯାହାର ନାମ ହେଉଛି ଗୁଗଲ ପାସୱାର୍ଡ଼ ମ୍ୟାନେଜର । ଗୁଗଲର ଏହି ପାସୱାର୍ଡ ମ୍ୟାନେଜର ଦ୍ୱାରା ଆପଣ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ସମେତ ଇଣ୍ଟରନେଟ ବ୍ୟାଙ୍କିଙ୍ଗର ପାସୱାର୍ଡ଼ ଅଥବା ଅନ୍ୟ ୱେବସାଇଟର ପାସୱାର୍ଡ଼ ମଧ୍ୟ ସୁରକ୍ଷିତ ରଖିପାରିବେ । ଗୁଗଲ ପାସୱାର୍ଡ଼ ମ୍ୟାନେଜରର ବ୍ୟବହାର କରିବା ଦ୍ୱାରା ପାସୱାର୍ଡ଼ ବଦଳାଇଲେ ମଧ୍ୟ ଆଲର୍ଟ ଆସିବ ।

ଡାଟା ଲିକ ହୋଇଛି କି ନାହିଁ ଏପରି କରନ୍ତୁ ଚେକ

Image result for how-to-use-google-password-manager-to-be-safe-on-internet-know-full-process

ଗୁଗଲ ପାସୱାର୍ଡ଼ ମ୍ୟାନେଜରକୁ ଗଲେ ଆପଣ ଜାଣିପାରିବେ ଯେ ଆପଣଙ୍କର କୌଣସି ପାସୱାର୍ଡ଼ ଲିକ ହୋଇଛି କି ନାହିଁ । ସେଥିପାଇଁ ଆପଣଙ୍କୁ passwords.google.comକୁ ଯିବାକୁ ପଡିବ । ଏହାପରେ ପାସୱାର୍ଡ଼ ମ୍ୟାନେଜର ଖୋଲିଯିବ ଯେଉଁଥିରେ ଆପଣଙ୍କୁ ଚେକ ପାସୱାର୍ଡର ଅପ୍ସନ ମିଳିବ । ଏହା ଉପରେ କ୍ଲିକ କରିବା ପରେ ଗୁଗଲ ଆପଣଙ୍କୁ ସେହି ସିଷ୍ଟମରେ ପୂର୍ବରୁ ଲଗଇନ ହୋଇଥିବା ଜିମେଲର ପାସୱାର୍ଡ଼ ମାଗିବ । ତେବେ ପାସୱାର୍ଡ଼ ଦେବାପରେ ଗୁଗଲ ଆପଣଙ୍କୁ ଜଣାଇ ଦେବ କି ଆପଣଙ୍କ ପାସୱାର୍ଡ଼ ଅନ୍ୟ କେଉଁଠି ବ୍ୟବହାର କରାଯାଇଛି କି ନାହିଁ । ତାସହିତ ଏହା ମଧ୍ୟ କହିବ ଯେ ଆପଣଙ୍କ ପାସୱାର୍ଡ଼ ଲିକ ହୋଇଛି କି ନାହିଁ ।

Password Checkup

ଉଦାହରଣବଶତଃ ଯଦି ଗୁଗଲ ଆପଣଙ୍କୁ ପାସୱାର୍ଡ଼ ଲିକ ହେବାର ସୂଚନା ଦେଉଛି ତାହେଲେ ତୁରନ୍ତ ଆପଣଙ୍କୁ ନିଜର ପାସୱାର୍ଡ଼ ଚେଞ୍ଜ କରିବା ଅବଶ୍ୟକ । ଏହା ବ୍ୟତୀତ ଟୁ ଫ୍ୟାକ୍ଟର ଅଥେଣ୍ଟିକେସନକୁ ମଧ୍ୟ ଅନ କରିଦେବା ଆବଶ୍ୟକ । ପାସୱାର୍ଡ଼ ବଦଳାଇବା ସମୟରେ ଆପଣଙ୍କୁ କିଛି ସାବଧାନତା ମଧ୍ୟ ଅବଲମ୍ବନ କରିବାକୁ ପଡିବ ଯେପରିକି ପାସୱାର୍ଡ଼ରେ ନିଜର ନାମ କିମ୍ବା ଜନ୍ମ ତାରିଖ ଦିଅନ୍ତୁ ନାହିଁ । ଏହାବ୍ୟତୀତ ପାସୱାର୍ଡରେ ମୋବାଇଲ ନମ୍ବର ଦେବାରୁ ମଧ୍ୟ ବଞ୍ଚନ୍ତୁ । ନିଜର ଜିମେଲ ଆକାଉଣ୍ଟର ପାସୱାର୍ଡକୁ ସମୟ ସମୟରେ ବଦଳାଇବାକୁ ପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.