Below header

ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଟି-ଟ୍ୱେଣ୍ଟି, ବର୍ଷର ପ୍ରଥମ ମ୍ୟାଚ୍‌ ଟି-୨୦ରୁ ଆରମ୍ଭ କରିବ ବିରାଟ ବାହିନୀ

ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଟି-ଟ୍ୱେଣ୍ଟି । ବର୍ଷର ପ୍ରଥମ ମ୍ୟାଚ୍‌ ଟି-୨୦ରୁ ଆରମ୍ଭ କରିବ ବିରାଟ ବାହିନୀ । କେବଳ ଭାରତ ନୁହଁ ଉଭୟ ଦେଶ ପାଇଁ ଏହା ହେଉଛି ବର୍ଷର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ । ତେବେ ମ୍ୟାଚ୍‌ରେ ସମସ୍ତଙ୍କ ନଜର ରହିବ ଯଶମୀତ ବୁମରାହଙ୍କ ଉପରେ । ଗତ ୪ ମାସ ହେବ ଆହତ କାରଣରୁ ଖେଳରୁ ଦୂରେଇ ରହିଥିଲେ । ଏବେ ସୁସ୍ଥ ହୋଇ ସେ ପତ୍ୟାବର୍ତ୍ତନ କରିଛନ୍ତି । ସେହିପରି ଶାର୍ଦୁଲ ଠାକୁର ଓ ନଭଦୀପ ସଇନୀଙ୍କ ଉପରେ ମଧ୍ୟରେ ରହିବ ନଜର । ଓପନିଂ ବ୍ୟାଟ୍‌ସମ୍ୟାଚ୍‌ ଶିଖର ଧାଓ୍ଵନଙ୍କ ପାଇଁ ଏହି ମ୍ୟାଚ୍‌ ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଲୋକେଶ ରାହୁଲ ଧାଓ୍ଵନଙ୍କ ସହ ଓପନିଂ କରିବେ । ସେପଟେ ବରିଷ୍ଠ ଖେଳାଳି ଆଞ୍ଜେଲୋ ମାଥ୍ୟୁସ ଦଳକୁ ଫେରିଥିବାରୁ ଶ୍ରୀଲଙ୍କାର ଶକ୍ତି ବୃଦ୍ଧି ହୋଇଛି । ଲାସିଥ୍‌ ମାଲିଙ୍ଗାଙ୍କୁ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.