କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସିଖବର, ଏହି ମାସର ଦରମା ସହ ପାଇବେ ୩୮,୬୯୨ଟଙ୍କାର ଏରିୟର

କେନ୍ଦ୍ରିୟ କର୍ମଚାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଏ ହୋଲି ଆଣୁଛି ଖୁସିଖବର । କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସଭୋଗୀଙ୍କ ଅପେକ୍ଷାରେ ଅନ୍ତ କାରଣ ଦୀର୍ଘ ଅପେକ୍ଷା ପରେ ଡିଏରେ ୩ ପ୍ରତିଶତ ବୃଦ୍ଧି ଘଟିଛି  । ଅର୍ଥାତ କର୍ମଚାରୀ ଓ ପେନସନଭୋଗୀମାନେ ୩୪ପ୍ରତିଶତ ହିସାବରେ ମହଙ୍ଗା ଭତ୍ତା ବା ଡିଏ ହାଇକ ପାଇବେ ।

ବର୍ତ୍ତମାନ କର୍ମଚାରୀଙ୍କୁ ୩୧ପ୍ରତିଶତ ଡିଏ ମିଳୁଛି । କିନ୍ତୁ ଆପଣଙ୍କୁ କହିରଖୁଛୁ କି ଜାନୁଆରୀ ୨୦୨୨ରୁ ୩ପ୍ରତିଶତ ଅଧିକ ପାଇବେ କେନ୍ଦ୍ରିୟ ସରକାରୀ କର୍ମଚାରୀ । ସପ୍ତମ ବେତନ ଆୟୋଗର ସୁପାରିଶ ଅନୁଯାୟୀ ଏହି ଭତ୍ତା କେବଳ ବେସିକ ବେତନ ଉପରେ ଦିଆଯାଏ । ମାର୍ଚ୍ଚରେ ଏହି ଘୋଷଣା ହୋଇପାରେ ବୋଲି ଆଶା କରାଯାଉଛି । ଯଦିଓ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁହୋଇଛି ତେଣୁ ଏବେ ଘୋଷଣା କରାଯାଉନାହିଁ ।

ଏହି ନିଷ୍ପତ୍ତି ୫୦ଲକ୍ଷରୁ ଅଧିକ କେନ୍ଦ୍ରିୟ କର୍ମଚାରୀ ଓ ୬୫ଲକ୍ଷ ପୋନସନ ଭୋଗୀଙ୍କୁ ଉପକୃତ କରିବ । ଏହାପରେ ଜୁଲାଇ୨୦୨୨ରେ ପରବର୍ତ୍ତୀ ଡିଏ ଗଣନା କରାଯିବ । ଡିସେମ୍ବର ୨୦୨୧ରେ ଇଣ୍ଡଷ୍ଟ୍ରିଆଲ ୱାର୍କର୍ସଙ୍କ ପାଇଁ ଅଲ ଇଣ୍ଡିଆ ଗ୍ରାହକ ମୂଲ୍ୟ ସୂଚକାଙ୍କ ର ତଥ୍ୟ ପ୍ରକାଶ ପାଇଛି । ଆକଳନ ଅନୁଯାୟୀ ଡିସେମ୍ବରରେ ଏହି ସଂଖ୍ୟା ୦.୩ ପଏଣ୍ଟ ହ୍ରାସ ପାଇ ୧୨୫.୪ରେ ପହଞ୍ଚିଛି । ନଭେମ୍ବରରେ ଏହି ସଂଖ୍ୟା ୧୨୫.୭ରେ ରହିଥିଲା । ଏବଂ ଡିସେମ୍ବରରେ ୦.୨୪ପ୍ରତିଶତ ହ୍ରାସ ପାଇଛି । କିନ୍ତୁ ଏହା କୌଣସି ପ୍ରଭାବ ପକାଇବ ନାହିଁ । ଶ୍ରମ ମନ୍ତ୍ରାଳୟର ଆକଳନ ପରେ ନିଷ୍ପତ୍ତି ନିଆୟାଇଚି ଯେ ଏଥର ଡିଏ ଭତ୍ତା ୩ପ୍ରତିଶତ ବୃଦ୍ଧି ଘଟିବ ।

ତେବେ ତଥ୍ୟ ଅନୁସାରେ ନଭେମ୍ବର ୨୦୨୧ରେ ସୂଚକାଙ୍କ ୦.୮ପ୍ରତିଶତ ବୃଦ୍ଧି ପାଇ ୧୨୫.୭ରେ ପହଞ୍ଚିଛି । ଏଥିରୁ ସ୍ପଷ୍ଟ ଯେ ଡିଏରେ ଶୂନ ପ୍ରତିଶତ ବୃଦ୍ଧି ହେବ ଅର୍ଥାତ ନୁହେଁ । ବର୍ତ୍ତମାନ ଯଦିଓ ଡିସେମ୍ବର ୨୦୨୧ର ଆକଳନରେ ସାମାନ୍ୟ ହ୍ରାସ ଘଟିଛି । କିନ୍ତୁ ଜାନୁଆରୀ ୨୦୨୨ରେ ଡିଏରେ ୩ପ୍ରତିଶତ ବୃଦ୍ଧି ଘଟିବ । ତେବେ ମୋଟାମୋଟି ଭାବେ ସରକାରୀ କର୍ମଚାରୀଙ୍କ ଡିଏ ବର୍ତ୍ତମାନ ୩୧ପ୍ରତିଶତ ଥିବାବେଳେ ଏଥିରେ ବୃଦ୍ଧି ଘଟି ୩୪ ପ୍ରତିଶତରେ ପହଞ୍ଚିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.