ପୁଟିନଙ୍କୁ ଆଉ ଏକ ଝଟ୍କା: ରୁଷ ମାଟିରେ ଇଣ୍ଟରନ୍ୟାସନାଲ ଫୁଟବଲ ମ୍ୟାଚ୍ ଖେଳାଯିବ ନାହିଁ ବୋଲି ଘୋଷଣା କଲା FIFA

ରୁଷ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ଖେଳ ଜଗତ ଉପରେ ମଧ୍ୟ ପଡ଼ୁଥିବାର ଦେଖିବାକୁ ମିଳିଛି। କିଛି ଦେଶ ନିଜ ଟିମ୍କୁ ରୁଷରେ କିମ୍ବା ତା’ ବିରୋଧରେ ଖେଳିବାକୁ ମନା କରି ଦେଇଛନ୍ତି। କିନ୍ତୁ ଏବେ ଫୁଟବଲ ଓ୍ଵାର୍ଲକପ୍କୁ ନେଇ ମଧ୍ୟ ରୁଷକୁ ବଡ଼ ଝଟ୍କା ଲାଗିଛି। ଫିଫା ପକ୍ଷରୁ ରୁଷ ଉପରେ ପୂର୍ବରୁ ଖେଳିବାକୁ ନେଇ ବ୍ୟାନ୍ ଲଗାଯାଇଥିଲା। କିନ୍ତୁ ପରେ ଏଥିରେ କିଛି ପରିବର୍ତ୍ତନ କରାଯାଇ କୋହଳ କରାଯାଇଛି।
ଫିଫା ମୁତାବକ, ଏବେ ରୁଷ ମାଟିରେ କୌଣସି ଇଣ୍ଟରନ୍ୟାସନାଲ ଫୁଟବଲ ମ୍ୟାଚ୍ ଖେଳାଯିବ ନାହିଁ। ରୁଷର ଖେଳାଳି ଓ୍ଵାର୍ଲ୍ଡ କପ୍ରେ ଅଂଶ ଗ୍ରହଣ କରିପାରିବେ, କିନ୍ତୁ ସେମାନେ ନିଜ ଦେଶର ଜାତୀୟ ପତାକା ଓ ଜାତୀୟ ସଙ୍ଗୀତ ଗାଇ ପାରିବେ ନାହିଁ। ରୁଷର ଟିମ୍ ଯଦି ବିଶ୍ୱ କପ୍ରେ ଅଂଶଗ୍ରହଣ କରିବାକୁ ଚାହୁଁଛି, ତେବେ ସେମାନେ ରୁଷିଆନ୍ ଫୁଟବଲ୍ ୟୁନିୟନ୍ (RFU) ନାଁରେ ଭାଗ ନେଇପାରିବେ।
FIFA stops short of expelling Russia from World Cup.
Its plan to have Russia play matches at neutral venues without national flag and anthem has been dismissed as “unacceptable” with a growing number of national teams refusing to play against themhttps://t.co/aOHpKuu8lS pic.twitter.com/Sue7cSqKaG
— AFP News Agency (@AFP) February 28, 2022
ଫିଫା ପକ୍ଷରୁ ଜାରି ବୟାନରେ କୁହାଯାଇଛି, ସେମାନେ ଲଗାତାର ଦୁନିଆର ବିଭିନ୍ନ ସଂଗଠନ ସହ ଆଲୋଚନା କରୁଛନ୍ତି ଓ ରୁଷ ଉପରେ କଡ଼ା ପ୍ରତିବନ୍ଧକ ଲଗାଇବା ଉପରେ ବିଚାର କରୁଛନ୍ତି। ଏଥିସହ ଯଦି ଆଗକୁ ସ୍ଥିତି ନ ସୁଧୁରେ ତେବେ ରୁଷକୁ ବିଶ୍ୱ କପ୍ରୁ ଆଉଟ୍ ବି କରାଯାଇପାରେ ବୋଲି ଫିଫା କହିଛି।
ସୂଚନାଯୋଗ୍ୟ ଯେ ରୁଷ ପକ୍ଷରୁ ୟୁକ୍ରେନ୍ରେ ଆକ୍ରମଣ କରାଯିବାର ଆଜି ପଞ୍ଚମ ଦିନ। ରୁଷ ଓ ଯୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଇତି ମଧ୍ୟରେ ହଜାର ହଜାର ଲୋକଙ୍କ ଜୀବନ ଯାଇଛି। ଏଥିସହ ଲକ୍ଷାଧିକ ଲୋକ ଦେଶ ଛାଡ଼ି ମଧ୍ୟ ଚାଲିଯାଇଛନ୍ତି।