କମିବ ଖାଇବା ତେଲ ଦର ; ଆମଦାନୀ ଉପରେ ସରକାର ଛାଡ଼ କଲେ ଟିକସ

ନୂଆଦିଲ୍ଲୀ : କମିବ ଖାଇବା ତେଲ ଦର । ବାର୍ଷିକ ୨୦ ଲକ୍ଷ ମେଟ୍ରିକ ଟନ ଅଶୋଧିତ ସୋୟାବିନ ଓ ସୂର୍ଯ୍ୟମୁଖୀ ତେଲ ଆମଦାନୀ ଉପରୁ କେନ୍ଦ୍ର ସରକାର ସୀମା ଶୁଳ୍କ ଓ ସେସ ହଟାଇଛି । ଏହା ଆଜିଠୁ ଲାଗୁ ହୋଇଛି । ଆସନ୍ତା ୨୦୨୪ ମସିହା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ଫଳରେ ଖାଇବା ତେଲ ଦର କମିବ । ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଦେଶରେ ଖାଇବା ତେଲ ଦର କମିବା ସହ ତାହା ମୁଦ୍ରାସ୍ପୀତି ନିୟନ୍ତ୍ରଣ କ୍ଷେତ୍ରରେ ସହାୟକ ହେବ ।

ବିଶ୍ୱରେ ଭାରତ ହେଉଛି ବଡ ଖାଇବା ତେଲ ଆମଦାନୀକାରୀ ଦେଶ । ଆବଶ୍ୟକତାର ୬୦ ପ୍ରତିଶତ ତେଲ ବାହାର ଦେଶରୁ ଆସିଥାଏ । ୟୁକ୍ରେନ ଯୁଦ୍ଧ ଫଳରେ ବିଶ୍ବ ବଜାରରେ ସୂର୍ଯ୍ୟମୁଖୀ ତେଲର ଦର ବୃଦ୍ଧି ପାଇଛି । ସେହିପରି ମାଲେସିଆର ରପ୍ତାନି କଟକଣା ଯୋଗୁଁ ପାମୋଲିନ ତେଲ ଦର ବୃଦ୍ଧି ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.