SpiceJet ସିଷ୍ଟମ୍ ଉପରେ ସାଇବର ଆଟାକ୍! ଅନେକ ଉଡ଼ାଣ ବାତିଲ…ଟ୍ଵିଟ୍ କରି ଏମିତି କଥା କହିଲା ଏୟାରଲାଇନ

ଏୟାରଲାଇନ କମ୍ପାନୀ ‘ସ୍ପାଇସ୍ଜେଟ’ ଉପରେ ମଙ୍ଗଳବାର ରାତିରେ ସାଇବର ଆଟାକ୍ ହୋଇଛି। ଏହି ସାଇବର ଆଟାକ୍ ଯୋଗୁ ଏୟାରଲାଇନର ସିଷ୍ଟମ୍ ପ୍ରଭାବିତ ହୋଇଛି, ଯଦ୍ଦ୍ଵାରା ଏହାର ଅପରେସନ ଧିମା ପଡ଼ି ଯାଇଛି। ବୁଧବାର ସକାଳେ ମଧ୍ୟ ସ୍ପାଇସ୍ଜେଟର କିଛି ଉଡ଼ାଣ ପ୍ରଭାବିତ ହୋଇଛି। ଏୟାରଲାଇନ ଏକ ଟ୍ଵିଟ୍ କରି ଏ ବିଷୟରେ ସୂଚନା ଦେଇଛି। ଯଦିଓ ଏୟାରଲାଇନ୍ ମୁତାବକ, ଏବେ ଏହା ଉପରେ କାବୁ କରି ନିଆଯାଇଛି।
ତେବେ ଟ୍ଵିଟ୍ରେ କମ୍ପାନୀ ଉଲ୍ଲେଖ କରିଛି ଯେ ‘ଆମର କିଛି ସିଷ୍ଟମ୍କୁ ଗତକାଲି ରାତିରେ ର୍ୟାନ୍ସମ୍େଓ୍ଵୟାର ଆଟାକ୍ର ସାମ୍ନା କରିବାକୁ ପଡ଼ିଥିଲା, ଯାହାକି ଆଜି ସକାଳର ଉଡ଼ାଣକୁ ପ୍ରଭାବିତ କରିଥିଲା। ଆମ ଆଇଟି ଟିମ୍ ପରିସ୍ଥିତିକୁ ନିୟନ୍ତ୍ରଣ କରି ନେଇଛନ୍ତି ଏବଂ ବର୍ତ୍ତମାନ ଏହାକୁ ଠିକ୍ କରି ନିଆଯାଇଛି। ଏୟାରଲାଇନର ଉଡ଼ାଣଗୁଡ଼ିକ ଏବେ ସାଧାରଣ ଭାବରେ ଚାଲିଛି’।
#ImportantUpdate: Certain SpiceJet systems faced an attempted ransomware attack last night that impacted and slowed down morning flight departures today. Our IT team has contained and rectified the situation and flights are operating normally now.
— SpiceJet (@flyspicejet) May 25, 2022