ଆଇଆଇଟି କାନପୁରରେ ଜୁନିୟର ଆସିଷ୍ଟାଣ୍ଟ ନିଯୁକ୍ତି ପାଇଁ ଗ୍ରାଜୁଏଟ୍‌ କରି ପାରିବେ ଆବେଦନ; ଏଠାରେ ଦେଖି ନିଅନ୍ତୁ ଡାଇରେକ୍ଟ ଲିଙ୍କ୍‌

ଆଇଆଇଟି କାନପୁରରେ ନିଯୁକ୍ତିର ସୁବର୍ଣ୍ଣ ସୁଯୋଗ। ଏହି ଶିକ୍ଷାନୁଷ୍ଠାନ ଜୁନିୟର ଆସିଷ୍ଟାଣ୍ଟ ପଦରେ ନିଯୁକ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କଠାରୁ ଅନଲାଇନ ଆବେଦନ ଆହ୍ଵାନ କରିଛି। ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ ଶିକ୍ଷାନୁଷ୍ଠାନର ଅଫିସିଆଲ େଓ୍ଵବ୍‌ସାଇଟ iitk.ac.in ଯାଇ ଏହି ପଦ ପାଇଁ ଆବେଦନ କରି ପାରିବେ। ଆବେଦନ କରିବାର ଶେଷ ତାରିଖ ରହିଛି ୯ ନଭେମ୍ବର, ୨୦୨୨। ଏହି ତାରିଖ ସୁଦ୍ଧା ପ୍ରାର୍ଥୀମାନଙ୍କ ଆବେଦନ ସ୍ୱୀକାର କରାଯିବ। ଜୁନିୟର ଆସିଷ୍ଟାଣ୍ଟ ନିଯୁକ୍ତି ପ୍ରକ୍ରିୟାରେ ଭାଗ ନେବା ପୂର୍ବରୁ ପ୍ରାର୍ଥୀମାନଙ୍କୁ ଅଫିସିଆଲ ନୋଟିଫିକେସନ ଧ୍ୟାନର ସହ ପଢ଼ିବାକୁ ପଡ଼ିବ।

ଏଠାରେ ନୋଟିଫିକେସନ ଦେଖନ୍ତୁ: https://www.iitk.ac.in/new/data/recruitment/Advt_No_1_2022/Advt-No-1-2022-10-10-22.pdf

ପଦର ବିବରଣୀ: ଆଇଆଇଟି କାନପୁରର ଏହି ନିଯୁକ୍ତି ଅଭିଯାନ ଦ୍ୱାରା ମୋଟ ୧୧୯ ଜୁନିୟର ଆସିଷ୍ଟାଣ୍ଟ ପଦ ପୂରଣ କରାଯିବ।

ବୟସ ସୀମା: ୯ ନଭେମ୍ବର, ୨୦୨୨ ସୁଦ୍ଧା ଆବେଦକମାନଙ୍କ ବୟସ ୨୧ରୁ ୩୦ ବର୍ଷ ଭିତରେ ହୋଇଥିବା ଦରକାର।

କ୍ୱାଲିଫିକେସନ (ଶିକ୍ଷାଗତ ଯୋଗ୍ୟତା): କମ୍ପ୍ୟୁଟର ଆପ୍ଲିକେସନ ଜ୍ଞାନ ସହିତ ସ୍ନାତକ ଡିଗ୍ରୀ। ଆଇଆଇଟି କାନପୁରର ନିୟମିତ କର୍ମଚାରୀ ଯେଉଁମାନେ କି, ଶିକ୍ଷକ ରୂପେ ଯୋଗ୍ୟ ଅଛନ୍ତି ଏବଂ ସେମାନଙ୍କ ବୟସ ୫୦ ବର୍ଷରୁ ଅଧିକ ନାହିଁ, ସେମାନେ ମଧ୍ୟ ଏଥିପାଇଁ ଆବେଦନ କରି ପାରିବେ।

ଆବେଦନ ଶୁଳ୍କ: ଓବିସି, ଇଡବ୍ଲ୍ୟୁଏସ୍‌ ଏବଂ ଜେନେରାଲ ବର୍ଗର ଆବେଦକମାନଙ୍କୁ ୭୦୦ ଟଙ୍କା ଆବେଦନ ଶୁଳ୍କ ଭରଣା କରିବାକୁ ପଡ଼ିବ। ଏସ୍‌ସି, ଏସ୍‌ଟି, ପିଡବ୍ଲ୍ୟୁଡି ଏବଂ ମହିଳା ଆଶାୟୀମାନଙ୍କୁ ଆବେଦନ ଶୁଳ୍କ ଭରଣା କରିବାର ଆବଶ୍ୟକ ନାହିଁ।

ଏମିତି କରନ୍ତୁ ଆବେଦନ

-େଓ୍ଵବ୍‌ସାଇଟ www.iitk.ac.inର ନିଯୁକ୍ତି ପେଜ୍‌କୁ ଯାଆନ୍ତୁ।

-ରେଜିଷ୍ଟ୍ରେସନ ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ।

-ଲଗ୍‌ ଇନ୍‌ କରନ୍ତୁ ଏବଂ ଆବେଦନ ପ୍ରକ୍ରିୟା ସହିତ ଆଗକୁ ବଢ଼ନ୍ତୁ।

-ବିବରଣୀ ଭରନ୍ତୁ, ଶୁଳ୍କ ଭରଣା କରନ୍ତୁ ଏବଂ ଫର୍ମ ଜମା କରନ୍ତୁ।

-ଭବିଷ୍ୟତରେ ଉପଯୋଗ ପାଇଁ ଏକ ପ୍ରିଣ୍ଟ୍‌ଆଉଟ ବାହାର କରି ସୁରକ୍ଷିତ ରଖି ଦିଅନ୍ତୁ।

ଫର୍ମ ଭରିବାର ଏଠାରେ ଡାଇରେକ୍ଟ ଲିଙ୍କ୍‌ ଦେଖନ୍ତୁ: https://oag.iitk.ac.in/Oa_Rec_Pg/