ସ୍ନାତ୍ତକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ବିନା ପରୀକ୍ଷାରେ ପାଇପାରିବେ ରେଲୱେରେ ନିଯୁକ୍ତି

ଇଷ୍ଟକୋଷ୍ଟ ରେଲୱେର ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନା ମୁତାବକ ପାରାମେଡିକାଲ ଷ୍ଟାଫ, ଫାର୍ମାସିଷ୍ଟ, ହସ୍ପିଟାଲ ଆଟେଣ୍ଡାଣ୍ଟ ଏବଂ କଣ୍ଟ୍ରାକ୍ଟ ପ୍ରୋକ୍ଟିସନର ପଦବୀରେ ନିଯୁକ୍ତି ପାଇଁ ସୂଚନା ଜାରି କରାଯାଇଛି। ଇଛୁକ ଆବେଦନକାରୀ ଏହି ପଦବୀରେ ଆବଦେନ କରିବାକୁ ଚାହୁଁଥିଲେ ଆସନ୍ତା ମେ ୨୦୨୦ ପର୍ଯ୍ଯନ୍ତ ଆବେଦନ କରିପାରିବେ।

ପଦବୀ ନାମ ଏବଂ ପଦ ସଂଖ୍ଯା

ନର୍ସିଂ ଅଧୀକ୍ଷକ-୨୫୫

ଫାର୍ମାସିଷ୍ଟ-୫୧

ଡ୍ରେସର/ଓଟିପି/ହସ୍ପିଟାଲ ପରିଚାରକ-୨୫୫

କଣ୍ଟ୍ରାକ୍ଟ ମେଡିକାଲ ପ୍ରୋକ୍ଟିସନର-୧୦୨

railwayବୟସ ସୀମା

ନର୍ସିଂ ଅଧୀକ୍ଷକ- ୨୦ ରୁ ୩୮ ବର୍ଷ

ଫାର୍ମାସିଷ୍ଟ- ୨୦ ରୁ ୩୫ ବର୍ଷ

ଡ୍ରେସର/ଓଟିପି/ହସ୍ପିଟାଲ ପରିଚାରକ- ୧୮ ରୁ ୩୩ ବର୍ଷ

କଣ୍ଟ୍ରାକ୍ଟ ମେଡିକାଲ ପ୍ରୋକ୍ଟିସନର- ୫୩ ବର୍ଷ

job applyଜାଣନ୍ତୁ କିପରି କରିବେ ଆବେଦନ

ଯୋଗ୍ଯ ଆବେଦନକାରୀ ଆସନ୍ତା ମେ ୨୨ ତାରିଖ ପୂର୍ବରୁ ଇମେଲ୍ ଆଇଡି [email protected] ରେ ନିଜ ପ୍ରମାଣ ପତ୍ରର ଫଟୋ କପି ସହ ଆବେଦନର ସ୍କାନିଂ ହୋଇଥିବା କପି ଜମା କରିପାରିବେ। ଆବେଦନକାରୀଙ୍କୁ ଡ୍ଯୁଟିରେ ସାମିଲ ହେବାର ରିପୋର୍ଟ ନିଜ ନିଜର ଇମେଲ୍ ମାଧ୍ଯମରେ ସୂଚିତ କରାଯିବ।

Leave A Reply

Your email address will not be published.