୧୨ ଜୁନ୍‌ରେ ଜିଏସ୍‌ଟି କାଉନସିଲ୍‌ ବୈଠକ, ଜିଏସ୍‌ଟି ରେଟ୍‌ କମ୍‌ ନେଇ ହେବ ଆଲୋଚନା

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସ୍‌ଟି ପରିଷଦ ବୈଠକ ୧୨ ଜୁନରେ ହେବ । ଯେଉଁଥିରେ କୋଭିଡ ସମ୍ବଧିତ ଆବଶ୍ୟକ ବସ୍ତୁ ଉପରେ ଲାଗିଥିବା ଜିଏସଟି କମ୍‌ ନେଇ ଆଲୋଚନା ହେବ ବୋଲି ଜଣାପଡ଼ିଛି । ଏହି ବେଠକରେ ଜିଓଏମ୍‌ ରିପୋର୍ଟ ଉପରେ ବିଚାର କରାଯିବ ବୋଲି ଜଣେ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ।

ସରକାର ଆବଶ୍ୟକ ବସ୍ତୁ ଉପରେ ଜିଏସ୍‌ଟି କମାଇବା ପକ୍ଷରେ

ଉତ୍ତର ପ୍ରଦେଶ ଅର୍ଥ ମନ୍ତ୍ରୀ ସୁରେଶ କୁମାର ଖାନ୍ନା କୁହନ୍ତି ଯେ ରାଜ୍ୟ ସରକାର ରୋଗୀଙ୍କ ସୁରକ୍ଷା ପାଇଁ କୋଭିଡ ସମ୍ପର୍କୀତ ଆବଶ୍ୟକ ବସ୍ତୁ ଉପରେ ଟ୍ୟାକ୍ସ କମାଇବା ପକ୍ଷରେ ଅଛନ୍ତି । କୋଭିଡରୁ ରକ୍ଷା କରିବା ପାଇଁ ଆବଶ୍ୟକ ବସ୍ତୁ ଉପରେ କର କମାଇବା ପାଇଁ ମନ୍ତ୍ରୀ ପରିଷଦ ଅନୁରୋଧ କରିଛନ୍ତି ।

ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା ଅକ୍ସିଜେନ୍‌, ପଲ୍ସ ଅକ୍ସିମିଟର, ହ୍ୟାଣ୍ଡ ସାନିଟାଇଜର, ଅକ୍ସିଜେନ ପାଇଁ ଆବଶ୍ୟକ ହେଉଥିବା ଉପକରଣ, ପିପି କିଟ୍‌, ମାକ୍ସ ଓ ସର୍ଜିକାଲ ମାକ୍ସ ଓ ଉତ୍ତାପ ମାପିବା ଯନ୍ତ୍ର ଆଦି ଦ୍ରବ୍ୟ ଉପରେ ଟ୍ୟାକ୍ସ କମାଇବା ନେଇ ସୁପାରିଶ କରାଯାଇଛି । ଜିଏସ୍‌ଟି ପରିଷଦ ବୈଠକରେ ଏନେଇ ଆଲୋଚନା ହେବ ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.