HDFC ବ୍ୟାଙ୍କ ଗ୍ରାହକ ହେବେ ହଇରାଣ, ୨୯ ଫେବୃଆରୀରୁ ବନ୍ଦ ହୋଇଯିବ ବ୍ୟାଙ୍କର ମୋବାଇଲ ଆପ୍‌

ବ୍ୟାଙ୍କ ସମସ୍ତ କାର୍ଯ୍ୟକୁ ସୁରୁଖୁରରେ ଗ୍ରାହକଙ୍କ ନିକଟରେ ପହଞ୍ଚାଇବା ପାଇଁ ମୋବାଇଲ ଆପ୍‌ କିମ୍ବା ଅନଲାଇନ ଜରିଆରେ କରିବା ସହଜ ହୋଇଥାଏ। କିନ୍ତୁ ଯଦି ଏହି ଆପ୍‌ ହଠାତ୍‌ ବନ୍ଦ ହୋଇଯାଏ, ତେବେ ଆପଣ ନିଶ୍ଚିତ ରୂପେ ହଇରାଣରେ ପଡିବେ। ଆପଣ ଯଦି ଏଚଡିଏଫସିର ବ୍ୟାଙ୍କର ଗ୍ରାହକ ଅଟନ୍ତି, ତେବେ ଆପଣଙ୍କ ପାଇଁ ଦୁଃଖ ଖବର। ଖୁବଶୀଘ୍ର ଅର୍ଥାତ ୨୯ ଫେବୃଆରୀରୁ ଏହି ବ୍ୟାଙ୍କର ପୁରୁଣା ଭର୍ସନ ମୋବାଇଲ ଆପ୍‌ ବନ୍ଦ ହୋଇଯିବ। ଫଳରେ ଗ୍ରାହକ ପଇସା ଟ୍ରାନ୍ସଫର କରିପାରିବେ ନାହିଁ। ଏଥିପାଇଁ ବ୍ୟାଙ୍କ ପକ୍ଷରୁ ଗ୍ରାହକମାନଙ୍କ ପାଖକୁ ମେସେଜ ମଧ୍ୟ ପଠାଇ ଯାଇ ସାରିଲାଣି। କିନ୍ତୁ ଗ୍ରାହକଙ୍କ ପାଇଁ ବ୍ୟାଙ୍କର ନୂଆ ଭର୍ସନ ଆପ୍‌ ମୋବାଇଲର ପ୍ଲେ ଷ୍ଟୋରରେ ଉପଲବ୍ଧ ରହିଛି।

app

ବ୍ୟାଙ୍କର ମେସେଜ ମୁତାବକ, ଯଦି ଗ୍ରାହକ ୨୯ ଫେବୃଆରୀ ୨୦୨୦ ପୂର୍ବରୁ ବ୍ୟାଙ୍କର ମୋବାଇଲ ଆପ୍‌କୁ ଅପଡେଟ୍‌ କରନ୍ତି ନାହିଁ, ତେବେ ସେହିଦିନ ୧୨ଟାରୁ ଏହି ଆପ୍‌ କାମ କରିବା ବନ୍ଦ କରିଦେବ। ଫଳରେ ଗ୍ରାହକ ୧ ମାର୍ଚ୍ଚରୁ ଏହି ଆପ୍‌ ଜରିଆରେ ପଇସା ଟ୍ରାନ୍ସଫର କରିପାରିବେ ନାହିଁ। ଏହି ନୂଆ ଆପ୍‌ ପ୍ଲେ ଷ୍ଟୋରରେ ଉପଲବ୍ଧ ଥିବା ବେଳେ ଏହି ଆପ୍‌ ଜରିଆରେ ଅନେକ ଲାଟେଷ୍ଟ ଫିଚର୍ସ ମଧ୍ୟ ମିଳିବ। ଗ୍ରାହକ ପଇସା ଟ୍ରାନ୍ସଫର ମଧ୍ୟ ସହଜରେ କରିପାରିବେ। ଏହାଛଡା ଆପ୍‌ ଜରିଆରେ ଆପଣ କ୍ରେଟିଡ କାର୍ଡ ପାଇଁ ମଧ୍ୟ ଆବେଦନ କରିପାରିବେ। ଏହାସହିତ ବ୍ୟାଙ୍କ ଫିକ୍ସଡ ଡିପୋଜିଟ୍‌ ସହିତ ପାସବୁକ ସହିତ ଜଡିତ ସମସ୍ତ ତଥ୍ୟ ପ୍ରଦାନ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.