ଆସନ୍ତା ମେ ୧୫ ତାରିଖ ପର୍ଯ୍ୟନ୍ତ ଘୁଞ୍ଚିଲା ସ୍ୱାସ୍ଥ୍ୟ ଓ ମୋଟର ବୀମା ପଲିସୀ ନବୀକରଣ ତାରିଖ

କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ବୁଧବାର ଏକ ବିଜ୍ଞପ୍ତି ଜାରି କରାଯାଇଛି । ବିଜ୍ଞପ୍ତିରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଦେଶ ବ୍ୟାପି ଜାରି ହୋଇଥିବା ଲକ ଡାଉନ କାରଣରୁ ମାର୍ଚ୍ଚ ୨୫ ତାରିଖରୁ ମେ ୩ ତାରିଖ ଭିତରେ ପଡୁଥିବା ସମସ୍ତ ସ୍ୱାସ୍ଥ୍ୟ ଓ ମୋଟର ବୀମା କଭର ଗୁଡିକର ନବୀକରଣ ତାରିଖକୁ ମେ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହାର ଅର୍ଥ ଯଦି କୌଣସି ବ୍ୟକ୍ତିଙ୍କର ତୃତୀୟ ପକ୍ଷ ବୀମା ପଲିସୀ ଅବଧି ଉପରୋକ୍ତ ସମୟ ସୀମା ଭିତରେ ସମାପ୍ତ ହେଉଛି ଓ ଦେଶ ବ୍ୟାପୀ ଜାରି ହୋଇଥିବା ତାଲା ବନ୍ଦ ପରିସ୍ଥିତି କାରଣରୁ ନବୀକରଣ କରିବାକୁ ଅସମର୍ଥ ରୁହଁନ୍ତି । ତେବେ ଏହାକୁ ସେ ମେ ୧୫ ସୁଦ୍ଧା ନବୀକରଣ କରି ପାରିବେ ।

ଠିକ ସେହିଭଳି, ଯଦି କାହାର ସ୍ୱାସ୍ଥ୍ୟ ବୀମା ପଲିସୀ ଅବଧି ପୂର୍ଣ୍ଣ ହେଉଛି ଏବଂ ମାର୍ଚ୍ଚ ୨୫ ରୁ ମେ 3 ତାରିଖ ଭିତରେ ହିଁ ନବୀକରଣ କରାଯିବାର ଅଛି, ସେମାନେ ବି ମେ ୧୫ ତାରିଖ ସୁଦ୍ଧା ପଲିସୀ ନବୀକରଣ କରି ପାରିବେ । କହି ରଖିବା ଉଚିତ ହେବକି, ଏହା ପୂର୍ବରୁ ମାର୍ଚ ୨୫ତାରିଖରୁ ଏପ୍ରିଲ ୧୪ ତାରିଖ ଭିତରେ ପଡୁଥିବା ପଲିସୀ ନବୀକରଣ ତାରିଖକୁ ଏପ୍ରିଲ ୨୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରା ଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.