ଜମ୍ମୁ-କଶ୍ମୀର ଏବଂ ଲଦାଖରେ ପ୍ରବଳ ବରଫପାତ, ପାଞ୍ଚ ଦିନରେ ପାଖାପାଖି ୫୦କୋଟିର କ୍ଷତି ସହିଲାଣି ଏୟାରଲାଇନ୍ସ

କେନ୍ଦ୍ରଶାସିତ ଜମ୍ମୁ-କଶ୍ମୀର ଏବଂ ଲଦାଖରେ ଆସନ୍ତା ୪୮ଘଣ୍ଟା ପାଇଁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏହାସହିତ ପ୍ରବଳ ବର୍ଷା ସାଙ୍ଗକୁ ତୁଷାରପାତ ହେବା ନେଇ ଚେତାବନୀ ଦିଆଯାଇଛି । ଏହି ସମୟରେ ସମ୍ଭାବିତ ଅଞ୍ଚଳରେ ପ୍ରଶାସନକୁ ସମସ୍ତ ଜରୁରୀ କାଳୀନ ସୁବିଧା ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

kashmirଗତକାଲିଠୁ ପର୍ବତ ଅଞ୍ଚଳରେ ବରଫପାତ ଆରମ୍ଭ ହୋଇଯାଇଛି । ଯାହା କାରଣରୁ ଶ୍ରୀନଗର-ଲେହ ରାଷ୍ଟ୍ରୀୟ ରାଜମାର୍ଗ ଏବଂ ପୁଞ୍ଛ-ରାଜୋରୀକୁ ସୋଫିୟାଂ ରେ ଯୋଡୁଥିବା ମୁଗଲ ରୋଡରେ ଯାନବାହାନ ଯିବାଆସିବା ବନ୍ଦ କରାଯାଇଛି । ଫଳରେ ଜମ୍ମୁ-ଶ୍ରୀନଗର ନ୍ୟାସନାଲ ହାଇଓ୍ଵରେ ସକାଳେ କଶ୍ମୀରରୁ ଆସୁଥିବା ଯାନବାହନକୁ ଛଡାଯାଇଥିଲା ।

iceଶ୍ରୀନଗର ଅନ୍ତରାଷ୍ଟ୍ରୀୟ ଏୟାର ପୋର୍ଟରୁ ଅପରେଟ୍‌ ହେଉଥିବା ସବୁ ଏୟାରଲାଇନ କମ୍ପାନୀକୁ ଘନ କୁହୁଡି ଫଳରେ ବହୁ କ୍ଷତି ସହିବାକୁ ପଡୁଛି । ଗତ ପାଞ୍ଚ ଦିନରେ ପାଖାପାଖି ୫୦କୋଟି କ୍ଷତି ହୋଇଛି । ଏଠାରେ କହିରଖୁଛୁ ଯେ ୬ଡିସେମ୍ବର ପରେ ଶ୍ରୀନଗର ସମେତ ଘାଟିରେ ଘନ କୁହୁଡି ଫଳରେ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି । ଏହି କାରଣ ଫଳରେ ସବୁ ବିମାନ ଉଡାଣ ରଦ୍ଦ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.