Below header

ଦିନେ ଆୟ ଥିଲା ମାତ୍ର ୭୫୦ ଟଙ୍କା, ଏବେ ଏସିଆର ସବୁଠାରୁ ଧନୀ ଅଭିନେତା

ଆଜି ସୁପରଷ୍ଟାର ରଜନୀକାନ୍ତଙ୍କ ଜନ୍ମଦିନ। ସେ ଆଜି ୬୯ ବର୍ଷରେ ପାଦ ଥାପିଛନ୍ତି। ରଜନୀକାନ୍ତ ଜଣେ ମଣିଷ ହୋଇଥିଲେ ମଧ୍ୟ ତାମିଲନାଡ଼ୁବାସୀ ତାଙ୍କୁ ଭଗବାନ ଭଳି ପୂଜା କରିଥାନ୍ତି। ଫିଲ୍ମରେ ଅଭିନୟ କରି ସେ ଯେତିକି ନାଁ କମାଇନାହାନ୍ତି, ତା’ଠୁ ଅଧିକ ଲୋକଙ୍କ ସେବା କରି କମାଇଛନ୍ତି। ଏହି କାରଣରୁ ତାଙ୍କ ଜନ୍ମଦିନକୁ ରାଜ୍ୟବାସୀ ଏକ ଉତ୍ସବ ଭାବେ ପାଳନ କରିଥାନ୍ତି। ଆଜି ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାମିଲ ସୁପରଷ୍ଟାରଙ୍କ ବିଷୟରେ କେତେକ ଖାସ୍‌ କଥା…

  • ୧୯୫୦ ମସିହା ଡିସେମ୍ବର ୧୨ ତାରିଖ ଆଜିର ଦିନରେ ବାଙ୍ଗାଲୋରର ଏକ ମରାଠୀ ପରିବାରରେ ରଜନୀକାନ୍ତଙ୍କ ଜନ୍ମ। ତାଙ୍କ ସମ୍ପୂର୍ଣ୍ଣ ନାଁ ହେଉଛି ଶିବାଜୀ ରାଓ ଗାଇକଓ୍ଵାଡ୍‌। ରଜନୀକାନ୍ତ କନ୍ନଡ଼ଭାଷାରେ ଫିଲ୍ମ କରୁଥିଲେ ମଧ୍ୟ ଘରେ ଆଜି ବି ସେ ମରାଠୀରେ କଥାବାର୍ତ୍ତା କରନ୍ତି।
  • ଫିଲ୍ମ ଜଗତରେ ପାଦ ରଖିବା ପୂର୍ବରୁ ରଜନୀକାନ୍ତ କୁଲି, ବଢ଼େଇ ଓ ବସ୍‌ କଣ୍ଡକ୍ଟର ଭାବେ କାମ କରିଛନ୍ତି। କଣ୍ଡକ୍ଟର ଭାବେ କାମ କରୁଥିବା ବେଳେ ତାଙ୍କ ଦରମା ଥିଲା ମାତ୍ର ୭୫୦ ଟଙ୍କା। କୁହାଯାଏ ଯେ ବସ୍‌ରେ ନିଆରା ଅନ୍ଦାଜରେ ଟିକେଟ୍‌ କାଟୁଥିବା ବେଳେ ଜଣେ ଫିଲ୍ମ ନିର୍ଦ୍ଦେଶକଙ୍କ ଦୃଷ୍ଟିକୁ ଆସିଥିଲେ। ରଜନୀକାନ୍ତଙ୍କ ଏହି ଢଙ୍ଗକୁ ନିର୍ଦ୍ଦେଶକ ଖୁବ୍‌ ପସନ୍ଦ କରିବା ସହ ନିଜ ଫିଲ୍ମରେ ଅଭିନୟ କରିବାକୁ ତାଙ୍କୁ ସୁଯୋଗ ଦେଇଥିଲେ।

  • ରଜନୀକାନ୍ତଙ୍କ ବନ୍ଧୁ ରାଜ ବହାଦୂର ତାଙ୍କୁ ସ୍ୱପ୍ନ ସତ କରିବାରେ ସାହାଯ୍ୟ କରିଥିଲେ। ରାଜ୍‌ ହିଁ ତାଙ୍କୁ ଅଭିନୟ କରିବାକୁ ଉତ୍ସାହିତ କରିଥିଲେ।
  • ମାଡ୍ରାସ ଫିଲ୍ମ ଇନ୍‌ଷ୍ଟିଚ୍ୟୁଟ୍‌ରୁ ରଜନୀକାନ୍ତ ଅଭିନୟରେ ଡିପ୍ଲୋମା କରିଥିଲେ। ସେ ନିଜ ଆକ୍ଟିଂ କ୍ୟାରିୟରର ଆରମ୍ଭ ପୌରାଣିକ କନ୍ନଡ଼ ନାଟକରୁ କରିଥିଲେ। ସେଥିରେ ସେ ଦୁର୍ଯ୍ୟୋଧନ ଭୂମିକାରେ ଅଭିନୟ କରିଥିଲେ।

  • ଟି ରାମା ରାଓଙ୍କ ଫିଲ୍ମ ଅନ୍ଧା କାନୁନ୍‌ ଜରିଆରେ ରଜନୀକାନ୍ତ ବଲିଉଡ୍‌ରେ ପାଦ ଥାପିଥିଲେ।
  • ରଜନୀକାନ୍ତଙ୍କ ପତ୍ନୀ ଲତା ରଙ୍ଗାଚାରୀ ତାଙ୍କଠାରୁ ୮ ବର୍ଷ ସାନ। କଲେଜ ମାଗାଜିନ୍‌ ପାଇଁ ଇଣ୍ଟରଭ୍ୟୁ ନେବାକୁ ଆସିଥିବା ବେଳେ ରଜନୀକାନ୍ତ ତାଙ୍କୁ ପ୍ରେମ କରି ବସିଥିଲେ। ଉଭୟେ ୧୯୮୧ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ରଜନୀକାନ୍ତଙ୍କର ଐଶ୍ୱର୍ଯ୍ୟା ଓ ସୌନ୍ଦର୍ଯ୍ୟା ନାମ୍ନୀ ଦୁଇ ଝିଅ ଅଛନ୍ତି।

 

  • ୨୦୦୭ ମସିହାରେ ରିଲିଜ୍‌ ହୋଇଥିବା ଫିଲ୍ମ ଶିବାଜୀ: ଦ ବସ୍‌, ରଜନୀକାନ୍ତଙ୍କର ସବୁଠାରୁ ବଡ଼ ବ୍ଲକବଷ୍ଟର ଫିଲ୍ମ। ଏହି ଫିଲ୍ମରେ ଅଭିନୟ କରିବା ପାଇଁ ରଜନୀକାନ୍ତ ୨୬ କୋଟି ଟଙ୍କା ନେଇଥିଲେ। ଜ୍ୟାକି ଚ୍ୟାନ୍‌ଙ୍କ ପରେ ଏହି ଫିଲ୍ମ କରି ରଜନୀକାନ୍ତ ଏସିଆର ସବୁଠାରୁ ଦାମୀ ଆକ୍ଟରର ମାନ୍ୟତା ପାଇଥିଲେ।
  • ୨୦୦୮ ମସିହାରେ ରଜନୀକାନ୍ତଙ୍କୁ ରାଜନୀତିରେ ପ୍ରବେଶ କରିବା ପାଇଁ ତାଙ୍କ ଫ୍ୟାନ୍‌ମାନେ ଏକ ଦଳ ଗଢ଼ିଥିଲେ। ମାତ୍ର ଥାଲାଇବା ଏଥିରେ ଯୋଗ ଦେବାକୁ ମନା କରିଦେଇଥିଲେ। କିନ୍ତୁ ପରେ ସେ ନିଜର ଏକ ଦଳ ଗଠନ କରିଥିଲେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.