Below header

ବାରଣାସୀର ଏହି ମନ୍ଦିରରେ ପ୍ରବେଶ କରି ପାରିବେ ନାହିଁ ବଲାତ୍କାରୀ, ପୋଷ୍ଟର ଲଗାଯାଇ ଦିଆଗଲା ଚେତାବନୀ

ନିକଟରେ ଘଟିଥିବା ହାଇଦରାବାଦ ଓ ଊନ୍ନାଓର ଗଣ ଧର୍ଷଣ ଓ ହତ୍ୟା ଘଟଣା ଯେମିତି ଦେଶବାସୀଙ୍କୁ ଏକ ପ୍ରକାର ସ୍ତବ୍ଧ କରିଦେଇଛି । ଏନେଇ ଦେଶ ବ୍ୟାପି ଲୋକେ ରାସ୍ତାକୁ ଓଲ୍ହାଇ ବିରୋଧ ପ୍ରଦର୍ଶନ ମଧ୍ୟ କରିଥିଲେ । ତେଣୁ ସମାଜରେ କିଛିଟା ସଂସ୍କାର ଆଣିବା ପାଇଁ ଲୋକେ ଭିନ୍ନ ଭିନ୍ନ ପଦକ୍ଷେପ ମାନ ନେବା ଆରମ୍ଭ କରିଛନ୍ତି । ସେମିତି ହିଁ ଏକ ଉଦାହରଣ ଦେଖିବାକୁ ମିଳିଛି ଉତ୍ତର ଭାରତର ଏକ ସହର ବାରଣାସୀରେ । ନିକଟରେ ବାରଣାସୀର ଏକ ସାମାଜିକ ସଂସ୍ଥା ଏକ ନୂଆ ଅଭିଯାନ ଆରମ୍ଭ କରିଛନ୍ତି । ଏ ଅନୁଯାୟୀ ସହରର ଏକ ମନ୍ଦିରରେ ଦୁଷ୍କର୍ମ ପରି ଜଘନ୍ୟ ଅପରାଧରେ ଜଡିତ ଥିବା ଦୋଷୀଙ୍କୁ ମନ୍ଦିର ପ୍ରବେଶରେ ପ୍ରତିବନ୍ଧକ ଲଗାଯାଇଛି । ଏନେଇ ସଚେତନତା ସୃଷ୍ଟି କରିବା ପାଇଁ ମନ୍ଦିର ମାନଙ୍କରେ ପୋଷ୍ଟର ମାନ ମଧ୍ୟ ଲଗାଯାଇଛି ।ବାରଣାସୀର କାଲିକା ଗଳି ସ୍ଥିତ କାଳରାତ୍ରି ମନ୍ଦିରର ମୁଖ୍ୟ ଦ୍ୱାର ସମେତ ଗର୍ଭଗୃହ ମାନଙ୍କରେ ଏହି ପୋଷ୍ଟର ଗୁଡିକ ଲଗାଯାଇଛି ।

poster image

ଯେଉଁଥିରେ ଝିଅ ମାନଙ୍କୁ ସମ୍ମାନ ନ କରୁଥିବା ଲୋକ, ଝିଅ ଜନ୍ମରେ ଦୁଃଖ ପ୍ରକାଶ କରୁଥିବା ଲୋକ ଓ ଦୁରାଚାରୀ ମାନଙ୍କୁ ମନ୍ଦିର ମଧ୍ୟରେ ପ୍ରବେଶକୁ ସଂପୁର୍ଣ ରୂପେ ବାରଣ କରାଯାଇଛି । ଏବାବଦରେ ଏହି ଅଭିଯାନର ମୁଖ୍ୟ ଦାୟିତ୍ୱରେ ଥିବା ସନ୍ତୋଷ ଓଝା ନିଜ ପ୍ରତିକ୍ରିୟାରେ କହିଛନ୍ତି କି ଭାଗବାନଙ୍କ ବାସସ୍ଥଳୀ ସବୁଠୁ ପବିତ୍ର ସ୍ଥାନ ହୋଇଥାଏ । କାହିଁ କେଉଁ ଯୁଗରୁ ଭାରତରେ ମହିଳା ଓ ଝିଅ ମାନଙ୍କୁ ସ୍ଵୟମ ଦେବୀଙ୍କ ଅବତାର ଭାବେ ପରିଗଣିତ କରାଯାଏ । ଆଉ ଯେଉଁ ମାନେ ଏମାନଙ୍କ ସମ୍ମାନ କରନ୍ତି ନାହିଁ ସେମାନଙ୍କୁ ପବିତ୍ର ସ୍ଥାନ ମାନଙ୍କୁ ପ୍ରବେଶର ଅନୁମତି ଦିଆଯିବା ଉଚିତ ନୁହେଁ । ଓଝା ଆହୁରି ମଧ୍ୟ କହିଛନ୍ତିକି ଏହି ଅଭିଯାନର ଏବେ ମାତ୍ର ଆରମ୍ଭ ହୋଇଛି । ଆଗକୁ ବାରଣାସୀର ଅନ୍ୟ ମନ୍ଦିର ଗୁଡିକରେ ଏହି ପରି ସମାନ ପଦକ୍ଷେପ ନିଆଯିବା ନେଇ ପ୍ରସ୍ତୁତି କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.