Below header

ପାକିସ୍ତାନରେ ସବୁଠୁ ଅଧିକ ସର୍ଚ୍ଚ କରାଯାଇଥିବା ତାଲିକାରେ ସାରା ଅଲ୍ଲୀ ଖାନ୍‌ ଏବଂ ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ, ଜାଣନ୍ତୁ ଏହି ସୂଚୀରେ ଆଉ କିଏ ରହିଛନ୍ତି

ଚଳିତବର୍ଷ ପାକିସ୍ତାନରେ ଗୁଗଲରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଉଥିବା ଟପ୍‌ ୧୦ ଲୋକ ମାନଙ୍କ ମଧ୍ୟରେ ଭାରତୀୟ ବାୟୁ ସେନାର ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ଏବଂ ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ନାମ ରହିଛି । ଏହି ସୂଚନା ଖୋଦ୍‌ ଗୁଗଲ୍‌ ହିଁ ଦେଇଛି । ଗୁଗଲ ଟ୍ରେଣ୍ଡସ୍‌ ସର୍ଚ୍ଚ ଇନ୍‌ ଇୟର ୨୦୧୯ର ସୂଚୀରେ ଭାରତର ଟିଭି ରିୟାଲିଟି ସୋ’ ବିଗ୍‌ ବସ୍‌ ସିଜନ୍‌-୧୩ ଦ୍ୱିତୀୟ ସବୁଠାରୁ ଟ୍ରେଣ୍ଡିଙ୍ଗ୍‌ ସର୍ଚ୍ଚ ରହିଛି ।

Salmanଅନ୍ୟପଟେ ଟିଭି ସୋ’ ମୋଟୁ ପତଲୁ ଏହି ସୂଚୀର ଅଷ୍ଟମ ସ୍ଥାନରେ ରହିଛି । ତେବେ ଏହି ସୂଚୀ ଖେଜା ଯାଇଥିବା ଶବ୍ଦ ଆଧାରରେ କରାଯାଇଥିବାବେଳେ ଗତ ବର୍ଷ ତୁଳନାରେ ଏହି ବର୍ଷ ବେଶି ସର୍ଚ୍ଚ କରାଯାଇଛି । ବଲିଉଡ୍‌ ଅଭିନେତା ସେଫ୍‌ ଅଲ୍ଲୀ ଖାନ୍‌ ଙ୍କ ଝିଅ ସାରା ଅଲ୍ଲୀ ଖାନ୍‌ ଗୁଗଲର ଏହି ସୂଚୀରେ ଷଷ୍ଠ ସ୍ଥାନରେ ରହିଛନ୍ତି । ସାରାଙ୍କୁ ତାଙ୍କ ଫିଲ୍ମ ଏବଂ ଫ୍ୟାସନ ସେନ୍ସ ପାଇଁ ଜଣାଯାଏ । ସାରା ୧୯୯୫ରେ କମେଡି ଫିଲ୍ମ କୁଲି ନମ୍ବର ୧ର ରିମେକ୍‌ ରେ ଏବଂ ଇମତିଆଜ୍‌ ଅଲ୍ଲୀଙ୍କର ଏକ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ସାରାଙ୍କର ପ୍ରଥମ ଫିଲ୍ମ କେଦାରନାଥ ପରେ ସେ ସିମ୍ବାରେ ନଜର ଆସିଥିଲେ ।

sara

ସେହିପରି ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ଏହି ସୂଚୀରେ ନବମ ସ୍ଥାନରେ ଅଛନ୍ତି । ଅଭିନନ୍ଦନ ଚଳିତ ବର୍ଷ ଫେବୃଆରୀରେ ଚର୍ଚ୍ଚାରେ ଆସିଥିଲେ ଯେତେବେଳେ ସେ ପାକିସ୍ତାନର ଏଫ୍‌-୧୬ ବିମାନକୁ ତଳକୁ ଖସାଇବାରେ ସଫଳତା ହାସଲ କରିଥିଲେ । ଏହି ସମୟରେ ତାଙ୍କର ବିମାନ ଦୁର୍ଘଟଣାଗସ୍ତ ହୋଇ ପାକିସ୍ତାନରେ ଖସିପଡିଥିଲା ଫଳରେ ସେଠାରେ ପାକିସ୍ତାନ ସେନା ତାଙ୍କୁ ଅକ୍ତିଆର କରିନେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.